ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ପ୍ରଶିକ୍ଷଣ ଶିବିର
ଜଟଣୀ :---ଜଟଣୀ ବ୍ଲକ ପରିସରରେ ବ୍ଲକସ୍ତରୀୟ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ସର୍ଭେ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସର୍ଭେର ବିଏନଓ ଭାବେ ବିଡିଓ ସରୋଜ କୁମାର ରାଉତ, ମାଷ୍ଟର ଟ୍ରେନର ଭାବେ ମଙ୍ଗଳ ସଂପ୍ରସାରଣ ଅଧ୍ୟାକାରୀ ନିଶିମୁକ୍ତା ପଟ୍ଟନାୟକ , ଓଡିଶା ଜୀବିକା ମିଶନ ର ବିପିଏମ ସୁମିତ୍ରା ପରିଡା,କମ୍ପୁଟର ପ୍ରୋଗ୍ରାମର ବଳରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ପ୍ରଶିକ୍ଷାର୍ଥୀ ତଥା ସର୍ଭେ କରିବାକୁ ଥିବା ଏନୁମେଟର( ଅଙ୍ଗନବାଡିକର୍ମୀ ) ଙ୍କୁ ପଛୁଆ ବର୍ଗଙ୍କ ଜାତିଗତ, ଶିକ୍ଷା ଓ ସାମାଜିକ ଅବସ୍ଥା
ସମ୍ପର୍କ ରେ ସଠିକ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁ କି କି ପନ୍ଥା ଗ୍ରହଣ କରାଯିବ ତାହା ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ
। ପରେ ସେମାନେ ଏଥୁରୁ କଣ ଶିଖିଲେ ତାଙ୍କର ଏକ ପରୀକ୍ଷା କରଯାଇଥିଲା । ଏହି ଶିବିର ରେ ବ୍ଲକ ର ୪ ଜଣ ମାଷ୍ଟର ଟ୍ରେନର
ସହିତ ୧୦୪ ଜଣ ଏନୁମେଟର, ୧୦ ଜଣ ସୁପରଭାଇଜର ଯୋଗ ଦେଇଥିଲେ । ସର୍ଭେ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର ସହିତ ଗ୍ରାମ ଓପଞ୍ଚାୟତସ୍ତର ରେ ସଚେତନତା କରାଯିବ ବୋଲି ସ୍ଥିର ହୋଇଛି।ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ବିପିଏମ ସନ୍ତୋଷ କୁମାର ଦାସ ଓ ଜଟଣୀ ବ୍ଲକ ର ପଞ୍ଚାୟତନିର୍ବାହୀ ଅଧିକାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୪/୨୦୨୩---୯,୧୦ Sakhigopal News,12/4/2023