Breaking News

ଅଦାଲତ ଙ୍କ ଆଦେଶକୁ ଅବମାନନା.. ସୁଜାତା ଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ପୋଲିସ



ଭଞ୍ଜନଗର - ଗୋଷ୍ଠୀ ସଂଘର୍ଷ ରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ରେ ଫେରାର ଥିବା ମୁଦାଲା ମାନ୍ୟବର ଅଦାଲତଙ୍କ ଆଦେଶ କୁ ଅବମାନନା କରିଛନ୍ତି। ଶେଷରେ ଅଦାଲତ ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଭେରେଡା ଗାଁ ରେ ମଙ୍ଗଳବାର ଦିନ ନଜରକୁ ଆସିଥିଲା ଏଭଳି ଘଟଣା । ଭଂଜନଗର  ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଏବଂ ଥାନାଧିକାରୀ ଧିରେଶ୍ କୁମାର ଦାସ ଭେରେଡା ଗାଁ କୁ ଯାଇ ଅଦାଲତ ଙ୍କ ନିର୍ଦ୍ଦେଶ ପ୍ରକାରେ ଏଭଳି ଏକ ଘୋଷଣା କରିଛନ୍ତି । ପୋଲିସ ର ଘୋଷଣା ପ୍ରକାରେ ଗତ ୨୦୦୪ ମସିହାରେ ଭେରେଡା ଗାଁ ରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଜଣକୁ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ରେ ସେହି ଗାଁ ର ନାରାୟଣ ସାହୁ ଙ୍କ ନାମରେ ଭଂଜନଗର ଥାନା ୫୭/୦୪ ରେ ମାମଲା ରୁଜୁ ହୋଇଥିଲା । ଏବଂ ଜିଆର୍ ୧୨୭/ ୦୪ ପ୍ରକାରେ ମାମଲା ପଞ୍ଜିକୃତ ହୋଇଥିଲା । ଘଟଣା ପରେ ନାରାୟଣ ଗାଁ ଛାଡି ଫେରାର ହୋଇଯାଇଥିଲା । ଏନେଇ ଭଂଜନଗର ଏସଡିଜେଏମ୍ ତଥା ମାନ୍ୟବର ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ପଳାତକ ଘୋଷଣା କରିଥିଲେ । ସଂପୃକ୍ତ ଘୋଷଣାନାମା କୁ ଭେରେଡା ଗାଁ ର ସର୍ବସାଧାରଣ ସ୍ଥାନ ଏବଂ ପଞ୍ଚାୟତ ରେ ଲଟକା ଜାରି କରାଯାଇଥିଲା । ଲଟକା ଜାରି କରାଯିବାର ୩୦ ଦିନ ମଧ୍ୟରେ ଅଦାଲତ ରେ ହାଜର ହେବେ ନତୁବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।  ସେହି କ୍ରମରେ ମଙ୍ଗଳବାର ଦିନ ସ୍ଥାନୀୟ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ , ଭଂଜନଗର ଥାନାଧିକାରୀ ଧିରେଶ୍ କୁମାର ଦାସ , ଅଭିଯୁକ୍ତ ନାରାୟଣ ସାହୁ ର ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ଡ଼ାକବାଜି ମାଧ୍ୟମରେ ଘୋଷଣା କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୪/୨୦୨୩----୯,୨୦ Sakhigopal News,12/4/2023

Blog Archive

Popular Posts