Breaking News

ପ୍ରଥମ ଶ୍ରାଦ୍ଧବାର୍ଷିକରେ ସ୍ମୃତି ଚାରଣ ସଭା ଓ ପ୍ରତିମୂିର୍ତ୍ତି ଉନ୍ମୋଚିତ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପୋଡଙ୍ଗସାହିର ନୂଆସାହି ଠାରେ  ଚାଷୀ ତଥା ନଡିଆ ବ୍ୟବସାୟୀ ଭଜମନ ରାଉତ ଓ ତାଙ୍କ ପତ୍ନୀ ରମା ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେବା ସହିତ ଦୁଇ ଜଣଙ୍କର ପ୍ରତିମମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ।  ଅତିଥି ଭାବେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,  ଭକ୍ତି କବି ଶଚିକାନ୍ତ ବିଶ୍ୱାଳ ଓ ବିଜୟ କୁମାର ବରାଳ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ ।  ଆଜିର ଦିନରେ ସେ ସମୟର ଜଣେ ସଫଳ ଚାଷୀ ଭାବେ ସତ୍ୟବାଦୀରେ ବେଶ ପରିଚିତ ରହିଥିଲେ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ନାମସଂକୀର୍ତ୍ତନ କରାଯାଇଥିଲା ।  ପୁତ୍ର ମାନସ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୩   Sakhigopal News, 11/2/2023

Blog Archive

Popular Posts