ଗଣିଆ ତହସିଲରେ କୋଳି ଖାଇ ମଞ୍ଜି ପୋତିଛନ୍ତି କର୍ମଚାରୀ; କର୍ମଚାରୀ ଙ୍କର ବଦଳି ନାହିଁ
ଭୁବନେଶ୍ୱର
- ନୟାଗଡ ଜିଲ୍ଲାର ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି କର୍ମଚାରୀ। ଏମାନଙ୍କର ବଦଳି ନାହିଁ ।ସତେ ଯେପରି ଏମାନେ କୋଳି ଖାଇ ମଞ୍ଜି ପୋତି ଛନ୍ତି । ଏମାନଙ୍କର ଚେର ବହୁତ ଭିତରକୁ ଯାଇଛି। କେତେବେଳେ କହୁଛନ୍ତି ଆମେ ମନ୍ତ୍ରୀଙ୍କ ପାଖ ଲୋକ , କେତେବେଳେ କହୁଛନ୍ତି ଜିଲ୍ଲାପାଳ ଙ୍କ ଲୋକ । ପ୍ରକୃତରେ ଏମାନେ କାହା ଆର୍ଶିବାଦରେ ଦୀର୍ଘ ଦଶବର୍ଷ ଧରି ଚେୟାର ମାଡି ବସିଛନ୍ତି ତାହା ଏବେ ଜଣସାଧାରଣରେ ଆଲୋଚନା ହେଉଛି। ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ,ସୁଦୀପ ପଟ୍ଟନାୟକ,ଅମିନ, ଓ ଜୋଛନ୍ନା ପଟ୍ଟନାୟକ ଏମାନେ ତହସିଲ କାର୍ଯ୍ୟାଳୟରେ ଚେୟାର ମାଡି ବସିଥିବା ନେଇ ବଜାର ଠାରୁ ଗ୍ରାମ ରେ ଆଲୋଚନା ହେଉଛି।ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷ ରେ ଥରେ ବଦଳି ହେବାର ନିୟମ ଅଛି।କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିଛନ୍ତି ।ଜିଲାରେ ଥିବା ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ବଦଳି ହେଉ ଥିବା ବେଳେ ଗଣିଆ ତହସିଲଦାର ଙ୍କ ଅଫିସରେ ଏହା କଣ ପାଇଁ କାର୍ଯ୍ୟ କାରୀ ହେଉ ନାହିଁ ଏ ନେଇ ଭାରତ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିଛି । ଏ ନେଇ ଭାରତ ବିକାଶ ପରିଷଦ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଆଜି ଦେଇଥିବା ଜଣାପଡିଛି। ଏହି କର୍ମଚାରୀମାନେ ବହୁ ଦୁର୍ନୀତିରେ ଜଡିତ ରହି ଜନ ସାଧାରଣ ଙ୍କ କାମ କରୁନାହାନ୍ତି l ୧୫ଦିନ ମଧ୍ୟରେ ଯଦି ଏହି କର୍ମଚାରୀ ମାନଙ୍କୁ ବଦଳି କରା ନ ଯାଏ ତାହାଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ର ଆଶ୍ରୟ ନେବେ ବୋଲି ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଜଣାଇଛନ୍ତି। ଭୁବନେଶ୍ୱର ରୁ ଜୟନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ,୧୧/୨/୨୦୨୩----୫,୪୫ Sakhigopal News,11/2/2023