ଗଣେଶ ଓପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହିତ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମର ଆରଧ୍ୟ ଦେବତା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ତିନି ଦିନ ଧରି ବିଶ୍ୱଶନ୍ତି ମହାଯଜ୍ଞ ସହିତ ମନ୍ଦିରରେ ନୂତନ ପାର୍ବତୀ ଓ ଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାର୍ଗବୀ ନଦୀରୁ ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ କଳସ ବୁଡାଇବା ପରେ ସ୍ରେତିୟ ବାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ପରେ କଳସ ଯଜ୍ଞ ମଣ୍ଡପକୁ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା । ଯଜ୍ଞରେ ମନ୍ଦିରର ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ଓ ତାଙ୍କ ପନ୍ôୀ ମଞ୍ଜୁଲତା ମହାପାତ୍ର କର୍ତ୍ତା, କର୍ତ୍ତୀ ଭାବେ କାର୍ଯ୍ୟତୁଳାଇଥିଲେ । ଠାକୁରଙ୍କ ପୂଜକ ଦାମୋଦର ପଣ୍ଡା, ହରିହର ପଣ୍ଡା,ନାରାୟଣ ପଣ୍ଡା ଠାକୁରଙ୍କ ନୀତିକାନ୍ତି କରିଥିଲେ । ଯଜ୍ଞରେ ପଣ୍ଡିତ ବିଭୁତି ଭୂଷଣ କର, ମନୋଜ କୁମାର ମିଶ୍ର, ରମେଶ କୁମାର ମହାପାତ୍ର,ଅଞ୍ଜନ କୁମାର କର ପ୍ରଭାତ କୁମାର ତ୍ରିପାଠୀ ଯଜ୍ଞ କାର୍ଯ୍ୟ ସମାପନ୍ନ କରିଥିଲେ । ଛବି ପ୍ରଧାନ, ବିଷ୍ଟୁ ଭାରତୀ, ଧୃବ ମୁଦୁଲି, ବେଣୁଧର ପ୍ରଧାନଙ୍କ ସହିତ ଗ୍ରାମାବସୀ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୩, ୭--୧୦
Sakhigopal News , 11/2/2023