ବିସ୍ଫୋରଣ ଘଟି ଜଣେ ଗୁରୁତର ଦୁଇ ଛାତ୍ର ଆହତ
ବାଲିଗୁଡ଼ା: ବିସ୍ଫୋରଣ ଘଟି ତିନି ଜଣ ଛାତ୍ର ଆହତ ହେଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଅଘଟଣ। ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ ଏକ ଛୁଟି ହୋଇଥିବା ସମୟରେ ସବୁ ପିଲା ଶ୍ରେଣୀ ବାହାରେ ଥିଲେ । ସେହି ସମୟରେ ଜଣେ ୫ମ ଶ୍ରେଣୀ ଛାତ୍ର ପକେଟରେ କିଛି ବିସ୍ଫୋରକ ସାମଗ୍ରୀ ଧରିଥିଲେ । ପକେଟରେ ହାତ ଭର୍ତି ଥିବା ବେଳେ ତାହା ହଠାତ୍ ଫୁଟିଯାଇଥିଲା । ଫଳରେ ଛାତ୍ର ଯୋଶ୍ ନାୟକର ଡାହାଣ ହାତ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଥିବା ବେଳେ ପାଖରେ ଥିବା ଅନ୍ୟ ଦୁଇ ଜଣ ଛାତ୍ର ଆଶିଷ ନାୟକ,ନିହାଲ ନାୟକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହା ଦେଖି ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଗୁରୁତର ଛାତ୍ର ଯୋଶ୍ ନାୟକଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେପଟେ ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ବେଳେ ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ବିସ୍ଫୋରକ ସାମଗ୍ରୀ ବିଦ୍ୟାଳୟ ପରିସରକୁ କେମିତି ଓ କେଉଁଠୁ ଆସିଲା ତାହା ତଦନ୍ତ ସାପେକ୍ଷ ବୋଲି ଜଣାପଡିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୨/୨୦୨୩-----୮,୪୫ Sakhigopal News,2/2/2023



