Breaking News

ଷୋଳହଳ ଗ୍ରାମରେ ହତ୍ୟା କାଣ୍ଡରେ ଜଡିତ ଜଣେ ଯୁବକ ଗିରଫ

 


ସାକ୍ଷୀଗୋପାଳ--- । ସତ୍ୟବାଦୀ ଥାନା ଅନ୍ତର୍ଗତ  ଷୋଳହଳ ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଡିସେମ୍ବର ମାସରେ   ଇନ୍ଦ୍ରମଣି ପଣ୍ଡାଙ୍କୁ  ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା  । ଏହି ଆକ୍ରମଣରେ  ଇନ୍ଦ୍ରମଣିଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୩୫୫/୨୨ରେ ଏକ ହତ୍ୟା ମାମଲା ରୁଜ କରାଯାଇଥିଲା । ସତ୍ୟବାଦୀ ପୋଲିସ ତୁରନ୍ତ ଅଭିଯୁକ୍ତଙ୍କ ମାନଙ୍କ ମଧ୍ୟରୁ ରବି ନାରାୟଣ ପଣ୍ଡା ଓ ପ୍ରମିଳା ପଣ୍ଡାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି କେସରେ ୯ ଜଣଙ୍କ ନାମ ରହିଥିବା ବେଳେ ୭ ଜଣ ସେହିଦିନ ଠାରୁ ଫେରାର ଥିଲେ । ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଜୟ ( ଗେଡୁ )କୁମାର ପଣ୍ଡାଙ୍କୁ ପୋଲିସ ଆଜି ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା  ଏସଡିପିଓ ଦେବଦତ୍ତ ବରାଳ ସାମ୍ବାଦିକ ସମ୍ମଳନି କରି ଜଣାଇଛନ୍ତି । ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୩----୭,୨୦   Sakhigopal News---3/2/2023

Blog Archive

Popular Posts