ଗୋପାଳ ଚନ୍ଦ୍ର ପ୍ରହରାଜ ସୃତି ସଂସଦ ପକ୍ଷରୁ ହୃଷୀକେଶ ପାଢ଼ୀ ଙ୍କୁ "ସବୁଜ କବି ' ସମ୍ମାନ
ଡେଲାଙ୍ଗ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ ସୃତି ସଂସଦ ଦ୍ୱାରା ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ସାକ୍ଷୀଗୋପାଳର ଦେବରାଜ କଲ୍ୟାଣମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଅଛି |ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ତଥା ଡେଲାଙ୍ଗ ର ସର୍ବପୁରାତନ "କୁମୁକା ଜଙ୍ଗଲ 'ର ସୁରକ୍ଷା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିଥିବା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କୁ ଅନୁଷ୍ଠାନ ଦ୍ୱାରା " ସବୁଜ କବି ' ସମ୍ମାନ ରେେସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଡ଼ଃ ବନ୍ଦନା ହରିଚନ୍ଦନ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଉପ ଆରକ୍ଷୀ ଅଧିକ୍ଷକ କବି ରାଜକିଶୋର ସ୍ୱାଇଁ, ସମାଜସେବୀ କବି ରବୀନ୍ଦ୍ରନାଥ ଷଢଙ୍ଗୀ,ସଭାପତି କବି ସୁଦର୍ଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ |ଏହି ଅବସରରେ ଶ୍ରୀ ପାଢ଼ୀ " ଶ୍ରୀ ଜଗନ୍ନାଥ ଙ୍କ ସେନାପଟା ପାଇଁ ଲଗାଅ ବକୁଳ ବୃକ୍ଷ ' କବିତା ଆବୃତ୍ତି କରି ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାର ମାହୋଲ ସୃଷ୍ଟି କରିଥିଲେ |ଶେଷରେ ବକୁଳ ଚାରା ଶ୍ରୀ ପାଢ଼ୀ ଙ୍କ ଦ୍ୱାରା ଲଗାଯାଇଥିଲା |
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୨/୨୦୨୩--୮,୪୫ Sakhigopal News,2/2/2023




