Breaking News

ବନାଞ୍ଚଳଡ ସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ



ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ କାଳିଆମ୍ବା ସେକସନର କଣ୍ଟେଇପଲ୍ଲୀ  ଗ୍ରାମରେ ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରାଙ୍କ ନିଦ୍ଧେର୍ଶ କ୍ରମେ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ  ଅଧକ୍ଷତାରେ ଏହି ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେେ ମୁଖ୍ୟଅତିଥି  ଭାବେ ଅବସର ପ୍ରାପ୍ତ କୃଷି ଅଧିକାରୀ  ରାଜେନ୍ଦ୍ର ଦାସ ,ସଭାପତି  ଶରତ ସ୍ୱାଇଁ, ବନପାଳ  ଶରତ ମହାନ୍ତି,ବନରକ୍ଷୀ  ସନ୍ତୋଷ ପାତ୍ର, ରଶ୍ମିତା ସେଠି ଏବଂ କ୍ଷେତ୍ର ପରିଚଲାନା ସଂଯୋଜକ ଦ୍ବୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ଡାକୁଆ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନ ର ଏକତା ସାହୁ ଙ୍କ ସମେତ ବନସୁରକ୍ଷା ସମିତିରୁ ଆସିଥିବା ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି ସଚେତନତା ବାତ୍ତା ନେଇ ଗ୍ରାମ ପରିଭ୍ରମଣ କରି ବୈଠକ  କରାଯାଇଥିଲା। ମଞ୍ଚାସୀନ ଅଥିତିମାନେ କହିଛନ୍ତି ଜଙ୍ଗଲ ର ଉପକାରିତା, ଅପକାରିତା  ଉପରେ କହିଥିବା ବେଳେ ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ।   ଯଦି ନିଆଁ ଲାଗେ ତେବେ ତାହାକୁ କିଭଳି ଲିଭାଇବାକୁ ହେବ ସେ ସଂକ୍ରାନ୍ତରେ  ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ଅବଗତ କରାଇବା ସହ ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ବାତି ଅନୁଷ୍ଠାନର  ସନ୍ତୋଷ କୁମାର ଡାକୁଆ ଓ ବନକର୍ମଚାରୀ ସହଯୋଗ  କରିଥିବା ବେଳେ କାର୍ଯ୍ୟକ୍ରମ ଶେଷ ବନପାଳ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୨/୨୦୨୩--୧,୫୦ Sakhigopal News,11/2/2023

Blog Archive

Popular Posts