Home
/
Unlabelled
/
ଐତିହ୍ୟ ଗ୍ରାମରେ ଲୋକେଶ୍ୱର ଦେବ ଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା, ୫ଟି ସଚୀବ ପୂର୍ଣ୍ଣାହୂତି ଯଜ୍ଞରେ ଆହୂତି ଦେଲେ
ଐତିହ୍ୟ ଗ୍ରାମରେ ଲୋକେଶ୍ୱର ଦେବ ଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା, ୫ଟି ସଚୀବ ପୂର୍ଣ୍ଣାହୂତି ଯଜ୍ଞରେ ଆହୂତି ଦେଲେ
ସାକ୍ଷୀଗୋପାଳ ---- ଉତ୍କଳମଣି ଗୋପବନ୍ଧୁଙ୍କ ଗ୍ରାମ କୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବା ସହ ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିଲେ । ଗ୍ରାମର ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଯଜ୍ଞ କର୍ମରେ ୫ଟି ସଚୀବ ଭି କାର୍ତ୍ତିକେୟ ପାଣ୍ଡିୟାନ ପୂର୍ଣ୍ଣାହୁତି ପ୍ରଦାନ କରି ଠାକୁରଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ସେହିପରି ଐତିହ୍ୟ ଗ୍ରାମ ରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ର କାମ ବୁଲିକି ଦେଖିଲେ । ଜିଲାପାଳ ସମର୍ଥ ବର୍ମା ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ମନ୍ଦିର ରେ ତ୍ରିଶୂଳ ସ୍ଥାପନ ସମୟରେ ଉପସ୍ଥିତ ରହିଥିଲେ । ପଣ୍ଡିତ ଚିନ୍ତାମଣି ଦାଶଶର୍ମା ଓ ନ୍ରୁସିଂହ ନାଥ ନନ୍ଦଓ ଲକ୍ଷ୍ମିକାନ୍ତ ନନ୍ଦ ପ୍ରମୁଖଙ୍କ ଦ୍ୱାରା ଯଜ୍ଞ ଏବଂ ଦେବ ନୀତି କରାଯାଇଥିଲା । କର୍ତ୍ତା ଧୀରେନ୍ଦ୍ର ନାଥ ଦାସ ପତ୍ନୀ ସତ୍ଯଭାମା ଦାଶ, ବସନ୍ତ କୁମାର ଦାଶ, ଶରତ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ରତିକାନ୍ତ ଦାଶ, ହେମନ୍ତ କୁମାର ଦାଶ, ସୁଧୀର କୁମାର ଦାଶ, ଭବାନୀ ଶଙ୍କର ଦାଶ ଓ ଶୁଭାଶିଷ ଦାଶ ପ୍ରମୁଖ ସସ୍ତ୍ରୀକ କର୍ତ୍ତା କର୍ତ୍ର ରହି ଥିଲେ । ବ୍ରାହ୍ମଣ ମାନଙ୍କ ଦ୍ବାରା ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇ ଘଣ୍ଟ ଘଣ୍ଟା ଶଙ୍ଖ କୀର୍ତ୍ତନ କରାଯାଇ ବାଜାବାଣ ସହିତ ବେଦଧ୍ଵନି ମଧ୍ଯରେ ପୀଠରେ ସ୍ଥାପନ କରାଯାଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲାପାଳ ରେଭେନ୍ୟୁ କୈଳାସ ଚନ୍ଦ୍ର ନାୟକ , ଓଡ଼ିଶା ସେତୁ ନିର୍ମାଣ ନିଗମର ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଇଂ ସୁନ୍ଦର ମାଧବ ପାଢ଼ୀ, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ, ଅତିରିକ୍ତ ଆରକ୍ଷିଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ପ୍ରିନସିପାଲ ଗଜେନ୍ଦ୍ର ପାଢ଼ୀ , ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳଉନ୍ନୟନ ଅଧିକାରୀ ଲୋଚନ ଦାଶଙ୍କ ସହିତ ସତ୍ଯବାଦୀ ଆଇଆଇସି ବିଜୟକେତନ ବେହେରା , ସମାଜସେବୀ ପ୍ରଶାନ୍ତ କୁମାର ପ୍ରଧାନ, ଇଂ ପ୍ରମୋଦ କୁମାର ନାୟକ ଇଂ ଶୁଭମ ପାତ୍ର ପ୍ରମୁଖ ବିଶିଷ୍ଟ ବ୍ଯକ୍ତି ମାନେ ଠାକୁରଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ଦେବେନ୍ଦ୍ର ନାଥ ଦାଶ, ନାରାୟଣ ଦାଶ, ରବୀନ୍ଦ୍ରନାଥ ଦାଶ, ରାମଚନ୍ଦ୍ର ଦାଶ, ଦେବୀପ୍ରସାଦ ଦାଶ, ଲକ୍ଷ୍ମଣ ଦାଶ, ରାମକୃଷ୍ଣ ଦାଶ, ତାରାକାନ୍ତ ଦାଶ, କାହ୍ନୁଚରଣ ଦାଶ ଓ ମହେନ୍ଦ୍ର ନାଥ ଦାଶ ପ୍ରମୁଖ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ସମସ୍ତେ ପ୍ରସାଦସେବନ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୨/୨୦୨୩-----୨,୧୦ Sakhigopal News,,11/2/2023
ଐତିହ୍ୟ ଗ୍ରାମରେ ଲୋକେଶ୍ୱର ଦେବ ଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା, ୫ଟି ସଚୀବ ପୂର୍ଣ୍ଣାହୂତି ଯଜ୍ଞରେ ଆହୂତି ଦେଲେ
Reviewed by sakhigopal news
on
23:15
Rating: 5
