ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କାମ ଅଗ୍ରଗତି ସମିକ୍ଷା କଲେ ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ
ସାକ୍ଷୀଗୋପାଳ -- ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ରେ ସରକାର ଙ୍କ ପକ୍ଷରୁ ଐତିହ୍ୟ ପ୍ରକଳ୍ପ କାମ ଅଗ୍ରଗତି ସମିକ୍ଷା କରିଛନ୍ତି ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ । ଶ୍ରୀ ସିଂହ ପ୍ରକଳ୍ପର ସବୁସ୍ଥାନ କୁ ବୁଲି ଦେଖିଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ଷଠିଘର ଟାଇଲ ପଡିଥିବା ଦେଖି ଖୁସି ପ୍ରକାଶ କରିଥିଲେ। ପ୍ରକଳ୍ପ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ଯାୟରେ ପହଞ୍ଚି ସାରିଛି । ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ପିଣ୍ଡି ନିର୍ମାଣ କାମ ଚାଲିଛି । ୫ କୋଟି ଟଙ୍କା ବ୍ୟୟ କରାଯାଇ ସୁଆଣ୍ଡୋ ରେ ସରକାର ଙ୍କ ପକ୍ଷରୁ ଶିବମନ୍ଦିର ନିର୍ମାଣ କରିଯାଇଛି । ଶିବରାତ୍ରି ଆସନ୍ତା ୧୮ ତାରିଖରେ ହେବାକୁ ଥିବାରୁ ଗ୍ରାମର ଇଷ୍ଟଦେବତା ଶ୍ରୀ ଲୋକେଶ୍ୱର ଦେବ ଙ୍କ ମନ୍ଦିର କୁ ଆସନ୍ତା ୧୦ ତାରିଖରେ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଛି । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ୪ ଦିନ ଧରି ଯଜ୍ଞ କର୍ମ ଅନୁଷ୍ଠିତ ହେବ । ନଡିଆ ବର ଅଶ୍ୱସ୍ଥଗଛ ଜାମୁ ଆଦି ଗଛ ମ୍ୟୁଜିୟମ୍ ପରିସରରେ ଲଗାଇବା ସହିତ ଉତ୍କଳମଣି ଙ୍କ କୁଳଦେବତା ରାଧାବିନୋଦ ବିହାରୀ ଠାକୁରଙ୍କ ମନ୍ଦିର ପାଟ ଅଗଣା କୁ ଆଲୋକିକରଣ କରିବାକୁ ଓବିସିସି ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଉତ୍କଳମଣି ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ବୋର୍ଡ ସଦସ୍ଯ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଇଂ ପ୍ରମୋଦ କୁମାର ନାୟକ, ଇଂ ଶୁଭମ ପାତ୍ର, ମନ୍ଦିର ଶିଳ୍ପୀ କିର୍ତନ ମହାରଣା ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୩---୮,୪୫ Sakhigopal News,1/2/2023