ଗୋପୀନାଥ ଙ୍କ ମନ୍ଦିର ପ୍ରତିଷ୍ଠା ସମାରୋହରେ ପାଳିତ
ସାକ୍ଷୀଗୋପାଳ--- ଢୋଲ ବିରଞ୍ଚି ଦାଶପୁର ଗ୍ରାମର ଇଷ୍ଟଦେବତା ଶ୍ରୀ ଗୋପୀନାଥ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଗତ ଫନି ବାତ୍ଯା ରେ ଠାକୁରଙ୍କ ମନ୍ଦିର ଭାଙ୍ଗି ଯାଇଥିଲା । ଠାକୁରଙ୍କୁ ସ୍ଥାନାନ୍ତର କରାଯାଇ କ୍ଷେତ୍ରପାଳୀଙ୍କ ମନ୍ଦିର ରେ ଅସ୍ଥାୟୀ ଭାବେ ରଖାଯାଇଥିଲା । ୯୧୭ ଦିନ ଠାକୁର ସେଠାରେ ରହିବା ପରେ ନୂତନ ମନ୍ଦିର ଙ୍କୁ ସୁସଜ୍ଜିତ ବିମାନରେ ଛତି ,ତ୍ରାସ, ବୈରଖ ମଶାଲ, ଘଣ୍ଟ ଘଣ୍ଟା ,ବାଜାବାଣ ସହିତ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନୂତନ ମନ୍ଦିର କୁ ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ତିନିଦିନ ଧରି ଅଙ୍କୁରାରୋପଣ ସୂର୍ଯ୍ଯପୂଜା, ଗୋ ପୂଜା, ମାତ୍ରୁପୂଜା ,ଦଶଦିଗପାଳଙ୍କ ପୂଜା ସହିତ ଶାଳା ପୂଜା କରାଯାଇ ଅଗ୍ନି ସ୍ଥାପନ କରାଯାଇଥିଲା । ପଣ୍ଡିତ ଗୋପୀନାଥ କର ଓ ତାଙ୍କ ସହଯୋଗୀ ମାନେ ଯଜ୍ଞ କର୍ମ ସମ୍ପାଦନ କରିଥିଲେ । ନୂତନ ମନ୍ଦିର ରେ ଗୋପୀନାଥ, ରାଧା, ଦୂର୍ଗା ଓ ଚନ୍ଦ୍ର ଶେଖର ଙ୍କ ବିଗ୍ରହ ସ୍ଥାପନା କରାଯାଇଥିଲା । କର୍ତ୍ତା ଭାବେ କାହ୍ନୁଚରଣ ଦାଶ ସସ୍ତ୍ରୀକ ରହିଥିବା ବେଳେ ଅନ୍ୟ ୬ଜଣ ବ୍ରାହ୍ମଣ ବରଣ ହୋଇଥିଲେ । ଗ୍ରାମର ସମସ୍ତଙ୍କ ଦୁଆରେ କଳସ ଦୀପ ଜଳୁଥିଲା । ଏହି ଅବସରରେ ଭାର୍ଗବୀ ନଦୀରୁ କଳସ ଯାତ୍ରା କରାଯାଇ ଥିଲା । ତିନିଦିନ ଧରି ଗ୍ରାମବାସୀ ହବିଷ୍ୟାନ୍ନ ରେ ରହିଥିଲେ । ପୁରୀ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପୂର୍ଣ୍ଣାହୁତି ରେ ଅଂଶଗ୍ରହଣ କରିଥିଲେ । ଆଖପାଖ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରହଲାଦ ମିଶ୍ର ଓ ମଳୟ କୁମାର ମିଶ୍ର ଙ୍କ ସହିତ ସମସ୍ତ ଗ୍ରାମବାସୀ ଯଜ୍ଞ କର୍ମ ରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୩----୮,୧୦ Sakhigopal News,1/2/2023