୨୩ତମ ତୁଳସି ମାନସ ସତସଙ୍ଗ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମ ମୁଣ୍ଡରେ ପୂଜିତ ମା ତାରେଣିଙ୍କ ମନ୍ଦିର ପ୍ରାଙ୍ଗଣରେ ୨୩ ତମ ତୁଳସି ମାନସ ସତସଙ୍ଗ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ଚାରିଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଶେଷ ଦିନରେ ପୂର୍ଣ୍ଣାହୁତି ଦେଖିବା ସହ ଚଡୁଅନ୍ନ ପାଇବା ପାଇଁ ଯଜ୍ଞ ଶାଳାରେ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମର ୧୫ ଜଣ ଯୁବକ ମାନେ କଳସ ଘଟ ବୁଡାଇଥିଲେ । ସ୍ରେତୀୟ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ପରେ ଏକ ବର୍ଣ୍ଣାଡୃ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ଆସିଥିଲା । ପଣ୍ଡିତ ସୂର୍ଯ୍ୟନାରାୟଣ ଷଡଙ୍ଗୀ, କ୍ଷେତ୍ର ମୋହନ ମିଶ୍ର ଯଜ୍ଞ କାର୍ଯ୍ୟସମାପନ କରିଥିବା ବେଳେ ବ୍ୟାସ ଦିପକ କୁମାର ହୋତା , ପ୍ରଦୀପ୍ତ କୁମାର ତ୍ରିପାଠୀ କାର୍ଯ୍ୟ ତୁଳାଇଥିଲେ । ନାରାୟଣ ଦାଶ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା । ସଂଧ୍ୟାରେ ଶାନ୍ତି ପାଣି ଗ୍ରାମରେ ଚିଞ୍ଚନ କରାଯିବା ପରେ ସମୂହ ପ୍ରସାଦ ସେବନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୩----୭,୨୦ Sakhigopal News, 3/2/2023



