ଛତିଶତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ-୨୦୨୩ରେ ସତ୍ୟବାଦୀରୁ ୧୯ ଜଣ ସମ୍ମାନୀତ ହେଲେ
ସାକ୍ଷୀଗୋପାଳ --- ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ସଦନ ପରିସରରେ ଅନୁଷ୍ଠିତ ଛତିଶତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ-୨୦୨୩ରେ ସତ୍ୟବାଦୀରୁ ୧୯ ଜଣ ବିଭିନ୍ନ ପଦବୀରେ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି । ସେମାନେ ହେଲେ ପ୍ରଫେସର ଅଶୋକ କୁମାର ମହାପାତ୍ର ଓଡିଶା ଗୌରବସମ୍ମାନ , ଡ. ସୁଦର୍ଶନ ବେହେରା, ପଦ୍ମକେଶରୀ ସମ୍ମାନ, ଡ.ଜ୍ଞାନ ରଞ୍ଜନ ମିଶ୍ରମହତାବ ସମ୍ମାନ, ଆଇନଜୀବୀ ଉପେନ୍ଦ୍ର କୁମାର ବିଶ୍ୱାଳ, ସତ୍ୟବାଦୀ ଗୌରବ ସମ୍ମାନ, କବି ରାଜ କିଶୋର ସ୍ୱାଇଁ ବାଣୀପୁତ୍ର ସମ୍ମାନ, ରୂପକ କୁମାର ବିହାରୀ ପଞ୍ଚସଖା ସମ୍ମାନ ଓ ରୌପ୍ୟ ପଦକ, ପବିତ୍ର କୁମାର ପରିଡା ଗୋପବନ୍ଧୁ ସମ୍ମାନ ଓ ଓ ରୌପ୍ୟ ପଦକ, ଭରତ ରାଉତ ସାମ୍ବାଦିକ ସମ୍ମାନ, ପ୍ରଧାନ ଶିକ୍ଷକ ବୀରବର ବରାଳଶିକ୍ଷକ ଗୌରବ ସମ୍ବାନ, ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ମଲ୍ଲିକଶିକ୍ଷକ ରତ୍ନ ସମ୍ମାନ, ପ୍ରଦ୍ୟୁମ୍ନ ପରିଡା ବାଣୀପୁତ୍ର ସମ୍ମାନ ଓ ରୌପ୍ୟପଦକ, ଶିକ୍ଷୟତ୍ରୀ ସୁଜତା ଦେବୀ ଶିକ୍ଷାରତ୍ନ ସମ୍ମାନ, ପାଲାଗାୟକ ବିଶ୍ୱନାଥ ବିଶ୍ୱାଳ ବାଣିୀପୁତ୍ର ସମ୍ମାନ, ଶିକ୍ଷକ ଲକ୍ଷ୍ମୀପ୍ରସାଦ ପାଣି ଶିକ୍ଷକ ଗୌରବ ସମ୍ମାନ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରତ୍ନାକର ଜେନାଙ୍କୁ ଶିକ୍ଷକ ଗୌରବ ସମ୍ମାନ, ଅଜୟ ପ୍ରଧାନଙ୍କୁ ଶିକ୍ଷକରତ୍ନ ସମ୍ମାନ, ସମାଜସେବୀ ଚିନ୍ମୟୀ ରଥଙ୍କୁ ରମାଦେବୀ ସମ୍ମାନ, ସର୍ବେଶ୍ୱର ମଲିକଙ୍କୁ କୃଷକ ସାଥୀ ସମ୍ମାନ ଓ ଗୋଲକ ବିହାରୀ ପ୍ରଧାନଙ୍କୁ କୃଷକ ବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି ବୋଲି ସତ୍ୟବାଦୀ ବକୁଳବନ ମହୋତ୍ସବର ପ୍ରତିଷ୍ଠାତା ସଚ୍ଚିକାନ୍ତ ବିଶ୍ୱାଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୩---୭,୧୦ Sakhigopal News , 3/1/2023