୩୨ଗ୍ରାମ ଧଳା ଜହର ଜବତ: ଯୁବକ ଗିରଫ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପ-ନିରିକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଛକ ଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଜ୍ୟୋତି କାନ୍ତ ମହାନ୍ତି ,ବୟସ -୩୬ ବର୍ଷ,ଗ୍ରାମ - ଅଳଗୁମ ,ଥାନା - ସତ୍ୟବାଦୀ ଙ୍କୁ ଗିରଫ କରି ତାଙ୍କ ଠାରୁ ୩୨(ବତିଶ) ଗ୍ରାମ ବ୍ରାଉନ ସୁଗାର(ହିରୋଇନ ) ଜବତ କରିବାରେ ସଫଳ ହୋଇଛି । ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ - ୨୫୧/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩,୨୦,୦୦୦/- ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ଉପ-ନିରିକ୍ଷକ ନାରାୟଣ ବେହେରା ,ଏଏସଆଇ ସୁବାସ ଚନ୍ଦ୍ର ମହାପାତ୍ର, ଶ୍ରୀମତୀ ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ବିଶ୍ୱଜିତ ମହାପାତ୍ର, ଫିରୋଜ ମହାନନ୍ଦିଆ, ଜ୍ୟୋତି, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧/୨୦୨୩---୯,୩୦ Sakhigopal News,19/1/2023