ନିଶାନିବାରଣ ହେଲେ ପରିବେଶ ସୁରକ୍ଷିତ ରହିବ :ହୃଷୀକେଶ ପାଢ଼ୀ
ଡେଲାଙ୍ଗ :ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାନିର୍ବାଣ ତଥା ପଞ୍ଚସ୍ତରୀତମ ସହୀଦ ଦିବସ ପାଳନ ଗାନ୍ଧୀ ସ୍ମାରକୀ ସମିତି ବେରବୋଇ ପକ୍ଷରୁ ପାଳିତ ହୋଇଯାଇଛି |ପୂର୍ବାହ୍ନରେ ବ୍ରହ୍ମ୍ଧେଶ୍ୱର ପୁଷ୍କରିଣୀ ର ନୂତନ ତୁଠରେ ତିଳତର୍ପଣ ପରେ ଗାନ୍ଧୀ ସ୍ମୁତିପୀଠରେ ସୂତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ ପ୍ରଦାନ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା |ଗାନ୍ଧୀବାଦୀ ତଥା ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା, ସଭାପତି ଇଂ ବିଚିତ୍ରା ନନ୍ଦ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ଶିକ୍ଷାବିତ୍ତ କୁନ୍ତଳା ବିଶ୍ୱାଳ, ବଲ୍ଲଭ ବିଶ୍ୱାଳ, ଅନାମ ଚରଣ ମଲ୍ଲିକ, ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ଗୋବିନ୍ଦ ପଟ୍ଟନାୟକ, ସନ୍ତୋଷ ସ୍ୱାଇଁ, ସବୁଜ ଡେଲାଙ୍ଗ ର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ,ଆଇନଜୀବୀ ହୃଷୀକେଶ ପାଢ଼ୀ,ବାଲବାଡ଼ିର ପରିଚାଳିକା କବିତାରାଣୀ ପରିଡା, ମନୋରମା ମିଶ୍ର,ବାଲବାଡ଼ି ର କୁନି କୁନି ପିଲାମାନେ ଉପସ୍ଥିତ ରହି ରାମଧୁନ ସହ ସର୍ବ ଧର୍ମ ପ୍ରାର୍ଥନା କରି ଗାନ୍ଧୀ ଚର୍ଚ୍ଚା କରିଥିଲେ | ପରେ ପରେ ବେରବୋଇ ଗାନ୍ଧୀ ପୀଠରୁ ନିଶା ନିବାରଣ ସଚେତନତା ଅଭିଯାନ ବାହାରି ଡେଲାଙ୍ଗ ଷ୍ଟେସନ ଦେଇ ବେଲେଶ୍ୱର ଗ୍ରାମ ପରିକ୍ରମା କରିଥିଲା |ନିଶା ନିବାରଣ ହେଲେ ପରିବେଶ ସୁରକ୍ଷିତ ରହିବ ବୋଲି ଆଇନଜୀବୀ ହୃଷୀକେଶ ପାଢ଼ୀ ସ୍ଲୋଗାନ ଦେବା ସହ ଏହା ମହାତ୍ମା ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଅଭିହିତ କରିଥିଲେ |
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧/୨୦୨୩----୭,୨୫ Sakhigopal News,31/1/2023