ଓଡ଼ଗାଁ ମହୋତ୍ସବର ପ୍ରଥମ ସଂନ୍ଧ୍ୟାରେ ସମ୍ବଲପୁରୀ ନ୍ରୁତ୍ୟରେ ଦୁଲୁକିଲା ମଞ୍ଚ; ମିଶନ ଶକ୍ତି ନ୍ରୁତ୍ୟରେ ବିଭୋର ହେଲେ ଦର୍ଶକ
ଓଡ଼ଗାଁ:- ଆଜି ଐତିହାସିକ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ପ୍ରଥମ ସଂନ୍ଧ୍ଯା ଉଦଘାଟିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ହାତରେ ମଶାଲରୁ ପ୍ରଦିପ ଜଳାଇ ବା ସହ ଓଡ଼ଗାଁ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସୁନ୍ଦର ଗୀତରେ ନ୍ରୁତ୍ୟ ପରିବେଷଣ କରିଥିଲେ। ଖାସକରି ସମ୍ବଲପୁରୀ ନ୍ରୁତ୍ୟରେ ମଞ୍ଚ ଦୁଲୁକିଥିଲା। ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ମିଶନ ଶକ୍ତି, ମହିଳା ଶକ୍ତି ଉପରେ ଆଧାରିତ ନ୍ରୁତ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା। ବିଭିନ୍ନ ଗୀତର ତାଳେତାଳେ ସମସ୍ତ ଦର୍ଶକ ପ୍ରଥମ ସଂନ୍ଧ୍ଯାକୁ ଭରପୁର ଉପଭୋଗ କରିଥିଲେ। ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ ପ୍ରଦର୍ଶନୀ ଷ୍ଟଲ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।
ମୁଖ୍ଯ ଅତିଥି ଭାବେ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ଯକ୍ଷ କିଶୋର ସାହୁ, ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିର ସଭାପତି ରବୀନ୍ଦ୍ରନାଥ ସାହୁ, ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ନୟାଗଡ଼ କେନ୍ଦ୍ରୀୟ ସମବାୟ ସମିତିର ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ,ଓଡ଼ଗାଁ
ତା:- ୨୭/୧/୨୩----୧୧,୨୫ Sakhigopal News,27/1/2023