Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ




ଭଞ୍ଜନଗର  -  ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦଯାପିତ  ହୋଇଯାଇଛି ।  ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜୟରାମ ସେନାପତି  ଅଧକ୍ଷତା କରିଥିବା ବେଳେ , ମୂଖ୍ୟ ଅତିଥିଭାବେ ଉପଜିଲ୍ଲପାଳ ଜ୍ୟୋତିଶଙ୍କର ରାୟ  ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ କ୍ଷତ୍ରିୟବରପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ରାଓ ଯୋଗ ଦେଇ ଛାତ୍ରୀମାନକୁ ଆତ୍ମସୁରକ୍ଷା କୌଶଳ ଓ ଦିଗଦର୍ଶନ ଉପରେ କହିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶ୍ରୀ ସେନାପତି ଛାତ୍ରୀମାନଙ୍କୁ , ଏଭଳି  ଶିକ୍ଷା ଦ୍ବାରା ନିଜର ସୁରକ୍ଷା କରିବା ସହ  ଛାତ୍ରୀମାନେ ଯେଉଁ ସବୁ ଶିକ୍ଷା ଲାଭ କଲେ ବାସ୍ତବ ଜୀବନରେ ତାହା ପ୍ରୟୋଗ କିପରି ସୁରକ୍ଷିତ ରହିପାରିବେ ସେ ସଂର୍ପକରେ କହିଥିଲେ । ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୈଶଳ ର ଆବଶ୍ୟକତା ବିଷୟରେ କହିଥିଲେ ।  +୨ ସଂଯୋଜିକା ଶ୍ରୀମତୀ ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମର ଉଦଯାପିତ ଆଭିମୁଖ୍ୟ ସଂକ୍ରାନ୍ତରେ କରିଥିଲେ । ଏହି ଶିବିରରେ ପ୍ରିୟଙ୍କା ସ୍ବାଇଁ ଓ ସଂଙ୍ଗୀତା ସ୍ବାଇଁ  ପ୍ରମୁଖ , ଛାତ୍ରୀ ମାନଙ୍କୁ ମାନସିକ ପ୍ରଶିକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ଏବଂ  ସେ ସଂକ୍ରାନ୍ତରେ ରେ ତାଲିମ୍ ଦେଇଥିଲେ।  ଶିବିରରେ ପ୍ରରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଶୁଭସ୍ବନୀ ଦେବୀ ।  +୩ ର ସଂଯୋଜକ ଅମୂଲ୍ୟ ଶତପଥୀ ଓ ଚିତ୍ତରଞ୍ଜନ ଚର୍ଚ୍ଚି ,ସୁପିୟା ବେହେରା ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଉପସ୍ଥିତ ଥିଲେ ।  +୨ ସଂଯୋଜକ ଜୟଲକ୍ଷ୍ମୀ ରଥ  ଧନ୍ୟବାଦ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧/୨୦୨୩---୮,୨୦ Sakhigopal News,20/1/2023

Blog Archive

Popular Posts