Breaking News

ବୃଦ୍ଧଙ୍କ ଗଳିତ ମୃତଦେହ ଉଧାର : ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସନ୍ଦେହ



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ସୁଦାମ ନାଇକଙ୍କ ଗଳିତ ମୃତଦେହକୁ ନିକଟସ୍ଥ ପାଣ୍ଡିରାଖାଲ ଜଙ୍ଗଲରୁ  ଉଧାର କରିଛି ତାରସିଂ ଥାନା ପୋଲିସ  ।  ହାତୀ ଆକ୍ରମଣରେ ସୁଦାମ ଙ୍କ ମୃତ୍ୟୁ ହେଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟବାସୀ ଏବଂ ପରିବାର ଲୋକେ  । ଏ ସଂକ୍ରାନ୍ତରେ  ତାରସିଂ ଥାନା କେସନଂ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଖବର ନେବାରେ ଜଣାପଡିଛି ଗେରେଡା ଗ୍ରାମର ସୁଦାମ ଗତ ୧୪ ତାରିଖରେ  ପାଣ୍ଡିରିଖାଲ ଜଙ୍ଗଲକୁ ଦାନ୍ତ କାଠି ଆଣିବା ପାଇଁ ଯାଇଥିଲେ । ତେବେ ସେହିଦିନ ଠାରୁ ସେ  ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ନିକଟରେ, ସୁଦାମଙ୍କ ମୃତ ଦେହକୁ ଠାବ କରିଥିଲେ ସ୍ଥାନୀୟ ଲୋକେ । ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ତାରାସିଙ୍ଗି ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ , ବ୍ରହ୍ମପୁର ଏଫଏମଟି କୁ ପଠାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ହେଉଛି ଏହା ହାତୀ ଆକ୍ରମଣରେ ମୃତ୍ୟୁ । ଯାହାକି ପାରିପାର୍ଶ୍ବିକ ଅବସ୍ଥା ଏବଂ ମୃତଦେହ ନିକଟରେ ପଡ଼ିଥିବା ହାତୀଙ୍କ ମଳ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅପରପକ୍ଷରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବନ କର୍ମଚାରୀ । ତେବେ ବ୍ୟବଛେଦ ରିପୋର୍ଟ ଏବଂ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ସୁଦାମ ଙ୍କ ମୃତ୍ୟୁ  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧/୨୦୨୩---୯,୧୦ Sakhigopal News,18/1/2023

Blog Archive

Popular Posts