ବିଡିପୁରୁ ଗ୍ରାମ ପଞ୍ଚାୟତରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭଞ୍ଜନଗର---ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଞ୍ଚାୟତ ରେ ୭୪ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତି ରଶ୍ମିତା ସାହୁ ଜାତୀୟ ପତକା ଉତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ,ଯୋଗାଣ ସହାଇକା ଶ୍ରୀମତୀ ରଶ୍ମିତା ସାହୁ,ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ, ପଞ୍ଚାୟତ ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର,ଏମବିକେ,ସିଆରପି ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏବଂ ପରବର୍ତ୍ତୀ ସମୟ ରେ ପରିଶେଷରେ ଗ୍ରାମ ପଞ୍ଚାୟତ ବୈଠକ ଗୃହ ଠାରେ ପଞ୍ଚାୟତ ପଞ୍ଚମ ଅଧିବେଶନ ଓ ପଲ୍ଲିସଭା,ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଉନ୍ନୟନ ମୂଳକ କାମ ର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରଥମ ଦଫା ରେ ୫୮ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବାସଗୃହ ଆସିଥିବା ବେଳେ ରାଜ୍ୟ ସବୁ ପଞ୍ଚାୟତ ଅଭିଯୋଗ ଥିଲେ ମଧ୍ୟ ବି.ଡି.ପୁର ଗ୍ରାମ ପଞ୍ଚାୟତ ରେ କାହାର ମଧ୍ୟ ଅଭିଯୋଗ ନଥିବାରୁ ଗ୍ରାମ ପଞ୍ଚାୟତ ତରଫରୁ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ପରିଶେଷରେ ସମସ୍ତ ଙ୍କୁ ମିଷ୍ଟାନ ବଣ୍ଟନ କରିଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩---୧୨,୩୫ Sakhigopal News,27/1/2023