Breaking News

ଶ୍ରୀବତ୍ସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ



ଜଟଣୀ :-ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଛଣଘର ପଞ୍ଚାୟତର ଖେଳପଡିଆରେ ୨୪ତମ ଶ୍ରୀବତ୍ସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫ୍ରେଣ୍ଡସ ପାରାଡ଼ାଈଜ କ୍ଲବ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି l ଆଜିର ଉଦଘାଟନୀ ମ୍ୟାଚ ବିଡାନାସୀ କ୍ଲବ କଟକ ବନାମ ଜଗା ଯୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିଲା l ଏହି ମ୍ୟାଚଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିଲା l ଶେଷରେ ବିଡାନାସୀ କ୍ଲବ 2/0 ଗୋଲରେ ଜଗା ଯୁନାଇଟେଡ଼ କ୍ଲବକୁ ପରାସ୍ତ କରି ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଅଛି l ଏହି ଖେଳକୁ ମୁଖ୍ୟ ରେଫ୍ରିରି ରୂପେ ସୁଦିପ ଦାସ, ଲାଇନ୍ସ ମ୍ୟାନ ଭାବେ ପ୍ରଫୁଲ୍ଲ ବେହେରା ଏବଂ ରମେଶ ପାଇକରାୟ, ଚତୁର୍ଥ ରେଫ୍ରିରି ଭାବେ ଟୁଟୁ ବାହିନୀପତି ପରିଚାଳନା କରିଥିଲେ l ଖେଳକୁ ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ସରପଞ୍ଚ ଶ୍ରୀମତୀ ସୁବାସିନୀ ବିଶ୍ୱାଳ, ସମିତି ସଭ୍ୟା ଶ୍ରୀମତୀ ସତ୍ୟଭାମା ରାଉତରାୟ ଏବଂ ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ କରକମଳରେ ଉଦ୍ଘାଟିତ ହୋଇଥିଲା l ଆସନ୍ତା କାଲିର ଦ୍ଵିତୀୟ ମ୍ୟାଚରେ କିଶୋର କ୍ଲବ ଭୁବନେଶ୍ୱର ଏବଂ ଶବର କ୍ରୀଡା ସଙ୍ଘ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହେବ  l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୧/୨୦୨୩---୯,୧୦ Sakhigopal News,23/1/2023

Popular Posts