Breaking News

ରାଜ୍ୟସ୍ତରୀୟ ଶ୍ରୀବତ୍ସ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ , ବିଡାନାସୀ କ୍ଲବ କଟକ ଚମ୍ପିଆନ




ଜଟଣୀ :-ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଛଣଘର ପଞ୍ଚାୟତର ଖେଳପଡିଆରେ ଫ୍ରେଣ୍ଡସ ପାରାଡାଇଜ କ୍ଲବ ଆନୁକୂଲ୍ୟରେ 24ତମ ଶ୍ରୀବତ୍ସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର  ଫାଇନାଲ ମ୍ୟାଚ ବିଡାନାସୀ କ୍ଲବ କଟକ ବନାମ ସମ୍ବଲପୁର ସ୍ପୋର୍ଟ୍ସ କ୍ଲବ ମଧ୍ୟରେ ଖେଳା ଯାଇଥିଲା l ଏହି ମ୍ୟାଚଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିଲା l ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ସ୍କୋର କରି ପାରିନଥିଲେ l ଶେଷରେ ଖେଳଟି ଅମୀମାଂଶିତ ଭାବେ ଶେଷ ହୋଉଥିଲା l ଖେଳର ନିୟମ ଅନୁଯାଇ ୨ ଦଳ ମଧ୍ୟରେ ପେନାଲ୍ଟି ସୁଟ ଆଉଟ ପଦ୍ଧତି ଗ୍ରହଣ କରାଯାଇଥିଲା l ପେନାଲ୍ଟି ସୁଟ ଆଉଟ ରେ ବିଡାନାସୀ କ୍ଲବ 05/04 ଗୋଲରେ ସମ୍ବଲପୁର କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା l ଏହି ଖେଳକୁ ମୁଖ୍ୟ ରେଫ୍ରି ରୂପେ ଶିବସଙ୍କର ପଣ୍ଡା , ଲାଇନ୍ସ ମ୍ୟାନରେ ସହଯୋଗ କରିଥିଲେ ବିଜୟ ମଙ୍ଗରାଜ ଏବଂ ରମେଶ ପାଇକରାୟ, ଚତୁର୍ଥ ରେଫ୍ରି ଭାବେ ସୌମ୍ୟ ପଟ୍ଟନାୟକ ପରିଚାଳନା କରିଥିଲେ l  ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ସରପଞ୍ଚ ଶ୍ରୀମତୀ ସୁବାସିନୀ ବିଶ୍ୱାଳ, ସମିତି ସଭ୍ୟ ଶ୍ରୀମତୀ ସତ୍ୟଭାମା ରାଉତରାୟ ଏବଂ ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ, ସମାଜ ସେବୀ ଶୁଭ୍ରାଂଶୁ କୁମାର ପଟ୍ଟନାୟକ ଏବଂ ରୋଟାରି କ୍ଲବର କଳିଙ୍ଗ ଭୁବନେଶ୍ୱରର ସଭାପତି ମନୀନ୍ଦର କୁମାର ପାଣିଗ୍ରାହୀ ଯୋଗ ଦେଇ ବିଜୟୀ ଦଳକୁ ନଗଦ ୧୫ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଦଳକୁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ l ଆଜିର ଖେଳରେ ମ୍ୟାନଅପ ଦି ମ୍ୟାଚ ଭାବେ ବିଡାନାସୀ କ୍ଲବର ଗୋଲକିପର ଚିନ୍ମୟ ଶେଖର ସାହୁ ଏବଂ ସମ୍ବଲପୁର କ୍ଳବର ଗୋଲକିପର ରାହୁଲ ଲୋରିଆଙ୍କୁ ସମ୍ମାନିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା l ଏ ବର୍ଷର ମ୍ୟାନ ଅଫ ଦି ଟୁର୍ଣାମେଣ୍ଟ ଭାବେ ସମ୍ବଲପୁର କ୍ଲବର ୧୦ ନମ୍ବର ଖେଳାଳି ଦିବାକର କିସାନଙ୍କୁ ସମ୍ମାନିତ କରାଯାଇଥିଲା l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧/୨୦୨୩---୮,୨୫ Sakhigopal News,30/1/2023

Blog Archive

Popular Posts