Breaking News

ସାକ୍ଷୀଗୋପାଳ ରେଳ ଷ୍ଟେସନରେ ପୁରୀ- ନିଳାଚଳ ଓ ପୁରୀ- ଉତ୍କଳ ଦୁଇଟି ଦୁତଗ୍ରାମୀ ଟ୍ରେନ ଅଟକିଲା





ସାକ୍ଷୀଗୋପାଳ ---- ମହାମାରୀ କରୋନାଯୋଗୁ ସାକ୍ଷୀଗୋପାଳରେ ଅଟକୁ ଥିବା କେତେଗୋଟି ଦୁତ୍ରଗ୍ରାମୀ ଟ୍ରେନକୁ ବାତିଲ କରାଯାଇଥିଲା । କରୋନା କିଛି ମାତ୍ରରେ ହଟିବା ପରେ ଟ୍ରେନ ଗୁଡିକ ଚଳାଚଳ କରିଥିଲେ ମଧ୍ୟ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଅଟକୁଥିବା ଟ୍ରେନ ଗୁଡିକ ଏଠାରେ ଆଉ ଅଟକିଲା ନାହିଁ । ଏହାକୁ ନେଇ ଅନେକ ଥର ବିଭିନ୍ନ ଅନୁଷ୍ଠନ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଯୁବନେତା ଓମ ପ୍ରକାଶ ମିଶ୍ର ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏ ସମ୍ପର୍କରେ ଜଣାଇବା ସହିତ ତୁରନ୍ତ ସାକ୍ଷୀଗୋପାଳରେ ଦୁତଗ୍ରାମୀ ଟ୍ରେନ ରହଣୀ ପାଇଁ ଦାବୀ କରିଥିଲେ । ଏହି ଦାବି ସଠିକ ଦାବି ଅନୁଭବ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ତୁରନ୍ତ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଆଲେଚନା କରି ରବିବାର ଠାରୁ ପୁରୀରୁ ଛାଡୁଥିବା ଦୁଇଟି ଟ୍ରେନ ପୁରୀ- ନିଳାଚଳ ଓ ପୁରୀ- ଉତ୍କଳ ଏକ୍ସପ୍ରେସ ଦୁଇଟି ଟ୍ରେନ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଠବ   ଭଚୁଆଲ ମାଧ୍ୟମରେ ଦୁଇଟି ଟ୍ରେନ ରହଣି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରେଳ ଷ୍ଟେସନର ତିନି ନମ୍ବର ପ୍ଳାଟଫମରେ ୧୧.୧୯ ସମୟରେ ଗାଡି ନଂ ୧୨୮୭୫ ପୁରୀ --ନିଳାଚଳ( ପୁରୀ- ଆନନ୍ଦ ବିହାର ) ପହଞ୍ଚିବା ପରେ ନିସ୍ପତି ଅନୁଯାୟୀ ଗାଡିଟି ଦୁଇ ମିନିଟ ପାଇଁ ଅଟକି ଥିଲା । ସେଠାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତୀ ଷଡଙ୍ଗୀ, ବିଜେପି ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକ, ଯୁବ ନେତା ଓମ ପ୍ରକାଶ ମିଶ୍ର ଓ ରମାରଞ୍ଜନ ବଳିୟାରସିଂଙ୍କ ସହିତ ଜୟପୁର ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥୀ, ପୂର୍ବତନ ସରପଞ୍ଚ ଶଙ୍କର ପରିଡା, ଅଶୋକ ରାଉତରାୟଙ୍କ ସହିତ ବହୁ ଯୁବକ ମାନେ ଉପସ୍ଥିତ ରହି ସବୁଜ ପତାକା ହଲ୍ଲାଇ ଗାଡି ଛାଡିଥିଲା ।  ସେହିପରି ଅନ୍ୟ ଗାଡିନଂ ୧୮୪୭୭ ପୁରୀ -ଉତ୍କଳଏକ୍ସପ୍ରେସ( ଯୋଗନଗରୀ ଋଷିକେସ) ଉକ୍ତ ଗାଡିଟି ସବୁଦିନ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ରାତ୍ର ୯. ୬ ମିନିଟିରେ ପହଞ୍ଚିବ ଦୁଇ ମିନିଟି ରହିବା ପରେ ଛାଡିବ । ଏହି ଅର୍ଡର ୬ ମାସ ପର୍ଯ୍ୟନ୍ତ ଆସିଛି ବୋଲି ସାକ୍ଷୀଗେ।।ପଳ ରେଳୱେ ଷ୍ଟେସନ ମାଷ୍ଟର ଦୀଲ୍ଳିପ କୁମାର ମହାନ୍ତିଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ଅନ୍ୟ ଦ୍ରୁତ ଗାଡି ଗୁଡିକ ବହୁ ଶିଘ୍ର ଏଠାରେ ରହିବ ବୋଲି ଯୁବନେତା ଓମ ପ୍ରକାଶ ମିଶ୍ର କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୩----୭,୧୦   Sakhigopal News , 29/1/2023

Blog Archive

Popular Posts