ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ଝୁମିଲା ଭଞ୍ଜନଗର; ଓଲିଉଡ କଳାକାରଙ୍କ ସହ ସେଲ୍ଫି ପାଇଁ ଭିଡ଼
ଭଞ୍ଜନଗର, ----ଭଞ୍ଜନଗର ସହରର ପ୍ରତିଷ୍ଠିତ ନୁତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରଙ୍ଗାରଙ୍ଗ ଷ୍ଟାର ନାଇଟ କାର୍ଯ୍ୟକ୍ରମ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଜେଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଅନୁଷ୍ଠାନର ଉପଦେଷ୍ଟା ତଥା ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟ ପରିଚାଳକ ଜୟକୃଷ୍ଣ ପଟ୍ଟନାୟକ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ସମାଜ ସେବୀ ଶୂଳପାଣି ଶତପଥୀ,ପ୍ରଶିକ୍ଷକ ପିଣ୍ଟୁ ବିଷୋୟୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅନୁଷ୍ଠାନରୁ ବହୁ କଳାକାର ବାହାରି ଆଗାମୀ ଦିନରେ ଭଞ୍ଜନଗର ପାଇଁ ସୁନାମ ଅର୍ଜନ କରିବେ ଏଥିରେ ସନ୍ଦେହ ନାହିଁ ଏବଂ ଏହି କାର୍ଯ୍ୟକ୍ରମ ଘୁମୁସର ମହୋତ୍ସବ ଠାରୁ କିଛି କମ ନୁହେଁ ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଲିଉଡ ଜଗତର ପ୍ରଖ୍ୟାତ ନାୟକ ଜ୍ୟୋତି, ସମ୍ଭବ,ରାକେଶ,ନାୟିକା ସସ୍ମିତା, କିରଣ,ନିର୍ଦ୍ଦେଶକ ବିଶ୍ୱ ଭୂଷଣ ଯୋଗ ଦେଇ ନିଜର ଲୋକପ୍ରିୟ ଗୀତରେ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଭଞ୍ଜନଗର ବାସୀଙ୍କୁ ଝୁମେଇ ଥିଲେ,ଉପସ୍ଥିତ ଦର୍ଶକ ମାନେ ଏହି କଳାକାର ମାନଙ୍କୁ ପାଖରେ ପାଇ ସେଲ୍ଫିର ମଜା ଉଠାଇଥିଲେ। ଅନୁଷ୍ଠାନର ବିଭିନ୍ନ ବର୍ଗର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ମଞ୍ଚରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନୋରଞ୍ଜନ କରିଥିଲେ।ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ ଓ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଏଥିରେ ଗଣେଶ, ଜିତେନ୍, ଦିଲିପ, ପ୍ରମୋଦ, ଯୋଗେନ୍ଦ୍ର, ସଞ୍ଜୟ ଓ ଅନ୍ୟମାନେ ସହଯୋଗ କରିଥିଲେ।ଦୀର୍ଘଦିନ ପରେ ଭଞ୍ଜନଗର ଠାରେ ଏଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ବହୁ ଦର୍ଶକ ଉପସ୍ଥିତ ରହି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାକୁ ମନ ଭରି ଉପଭୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୩-----୮,୧୦ Sakhigopal News,21/1/2023