Breaking News

ସୁରେନ୍ଦ୍ର ସାଏ କ୍ଲବ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

 
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବୀର ସୁରେନ୍ଦ୍ର ସାଏ ସୁରେନ୍ଦ୍ର ସାଏ କ୍ଲବ ଆନୁକୁଲ୍ୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ କ୍ଲବ ର ସଦସ୍ୟ  ସଂଜୟ କୁମାର ନନ୍ଦ ପରିଚାଳନା କରିଥିଲେ। ଆଜି କ୍ଲବ ର ବରିଷ୍ଠ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମେହେର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଭାରତ ର ଗଣତନ୍ତ୍ର ସୁରକ୍ଷା ଉପର ଆଲୋକ ପାତ କରିଥିଲେ। ଏଥିରେ ବୀର ସୁରେନ୍ଦ୍ର ସାଏ କ୍ଲବ ସଭାପତି ଜାପାନୀ ସାହୁ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ସହିତ ବୁଦ୍ଧିଜୀବୀ, ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସେହିପରି ରେମଣ୍ଡା ଗ୍ରାମର ସମସ୍ତ ସରକାରୀ , ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧/୨୦୨୩----୧୦,୧୫ Sakhigopal News,27/1/2023

Blog Archive

Popular Posts