Breaking News

ଶ୍ରୀଫଳ ଚାରାରେ ନବଦମ୍ପତି ଙ୍କୁ ଶୁଭାଶୀବାଦ



ଡେଲାଙ୍ଗ : ହୃଷୀକେଶ ପାଢ଼ୀଙ୍କ ମାରାଥନ ପରିବେଶ ସଚେତନତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି |ଜନ୍ମଦିନ ହେଉ କି ବିବାହ, ବ୍ରତ, ଶ୍ରାଦ୍ଧ ଦିବସରେ ଗଛଟିଏ ଦେଇ ପରିବେଶ ସଚେତନତା ବାର୍ତ୍ତା ପ୍ରଚାର କରିଥାନ୍ତି |ଆହୁରି ମଧ୍ୟ ଶ୍ରୀ ପାଢ଼ୀ ଜଣେ କବି ଭାବେ ବିଭିନ୍ନ ସାହିତ୍ୟନୁଷ୍ଠାନରେ ପରିବେଶଧର୍ମୀ କବିତା ଆବୃତ୍ତି କରିଥାନ୍ତି।  ପରିବେଶ ସୁରକ୍ଷା ବ୍ୟାନର ଗୁଡିକୁ ଲୋକାର୍ପଣ କରି ପ୍ରଦର୍ଶିତ କରିବା ସହ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରୁଛନ୍ତି |  ଆଜି ଷଢଗଁଇ ପଶ୍ଚିମବାଡ଼ରେ ନୀଳକଣ୍ଠ ପଣ୍ଡା ଓ ରଶ୍ମିତା ପାଢ଼ୀ  ନବଦମ୍ପତିଙ୍କୁ ଶ୍ରୀଫଳ ବୃକ୍ଷ ଉପହାର ଦେଇ ଶୁଭଶୀର୍ବାଦ ଦେବାସହ ବୃକ୍ଷ ଦୁଇଟିକୁ ଲଗାଇ ତାର ଯତ୍ନ ନେଇ ପରିବେଶ ସୁରକ୍ଷା କରିବା ପାଇଁ ଗୁରୁ ମନ୍ତ୍ର ଶ୍ରୀ ପାଢ଼ୀ ଦେଇଛନ୍ତି | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧/୨୦୨୩---୨,୧୦ Sakhigopal News,21/1/20235

Blog Archive

Popular Posts