ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳ ପ୍ରତିଭା ଅନ୍ୱେଷଣ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଲକ କାଞ୍ଜିଆ ଗ୍ରାମ ର ରୁଦ୍ରାଣୀ ଯୁବକ ସଙ୍ଘର ୫୦ବର୍ଷ ପୂର୍ତ୍ତି ଅବସରରେ ସାରଙ୍ଗଯୋଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ "ସୃଜନଶୀଳ ପ୍ରତିଭା ଅନ୍ୱେଷଣ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା, ବିତର୍କ, ଡ୍ୟାନ୍ସ, ଗୀତ ଆଦି ଅନେକ ସୃଜନାତ୍ମକ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାଥୀଯୋଗୀ ଙ୍କୁ ସମ୍ମାନିତ କରାଯିବା ସହିତ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନଶିକ୍ଷୟୀତ୍ରୀ କମଳବାସିନୀ ଦେବି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ୱମ୍ବର ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ ଭଦ୍ରାଞ୍ଜଳି ପଣ୍ଡା ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୩----୮,୧୦ Sakhigopal News,20/1/2023