Breaking News

ବୃଦ୍ଧା ଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ



 ବରଗଡ଼----   ବାଲିଗୁଡା ଥାନା ରେବୀଙ୍ଗିଆ ପଞ୍ଚାୟତ ର ସାତମାସ୍କା ଗାଁ ରେ ଅଭାବନୀୟ ଘଟଣା ଘଟିଛି l ବୃଦ୍ଧା ଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ସାତମାସ୍କା ଗାଁ ନିକଟସ୍ଥ ଗଞ୍ଜାରସିଙ୍ଗ ପାହାଡ଼ ରୁ ବୃଦ୍ଧା ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ହେଲେ ରେବୀଙ୍ଗିଆ ପଞ୍ଚାୟତ ର ସାତମାସ୍କା ଗାଁ ର ଗାଣ୍ଡୁଳି ମଳିକ l ମୃତ ବୃଦ୍ଧା ଗାଣ୍ଡୁଳି ଗାଧେଇବାକୁ ଯାଇ ଘରକୁ ଫେରି ନଥିଲେ l ବହୁ ଖୋଜାଖୋଜି ପରେ ପାହାଡ଼ ନିକଟରେ ଗଳା କଟା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ l ବାଲିଗୁଡା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା ର କାରଣ ଅସ୍ପଷ୍ଟ ରହିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୧/୧/୨୦୨୩---୮,୪୫ Sakhigopal News,21/1/2023

Blog Archive

Popular Posts