Breaking News

କୃଷକ ସାଥି ମହାସଂଘ ର ବ୍ଲକ ସ୍ତରୀୟ ବୈଠକ


ସାକ୍ଷୀଗୋପାଳ ----: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କୃଷକ ସାଥି ମହାସଂଘର  ପଟ୍ଟନାୟିକିଆ ଚଣ୍ଡୀ ମନ୍ଦିର ପରିସରରେ ସଂଘର ସଭାପତି ପର୍ଶୁରାମ ବିଶ୍ଵାଳଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଅମର ପ୍ରଧାନ, ସୁକାନ୍ତ ମହାପାତ୍ର,ସନାତନ ବେହେରା, ହରିହର ଦିକ୍ଷୀତ, ନୃସିଂହ ମିଶ୍ର ଦୁଃଶାସନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୃଷକ ସାଥି ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଯାଇଛି । ସରକାରଙ୍କ କୃଷି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ କୃଷକ ସାଥି ମାନେ ସକ୍ରିୟ ଅଂଶ ଗ୍ରହଣ କରି ଏହାର ସଫଳ ରୂପାୟନ କରୁଛନ୍ତି। ବାର୍ଷିକ ମାତ୍ର ୧୨ ହଜାର ଟଙ୍କା ବେତନ ଏମାନଙ୍କୁ ଦିଆଯାଉଛି। କୃଷି ସମ୍ପର୍କିତ ବିଭିନ୍ନ ଯୋଜନା କୃଷକ ମାନଙ୍କ ନିକଟରେ ପହଞ୍ଚାଇବା ବ୍ୟତୀତ କାଳିଆ ଯୋଜନା ପୋଷ୍ଟର,ବ୍ୟାନର କୃଷକ ସାଥି ମାନେ ମାରିବା ଠାରୁ ଆରମ୍ଭ କରି ଜଳସେଚନ ଓ ବଳରାମ ଯୋଜନା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରିଥାନ୍ତି। କୃଷକ ସାଥି ମାନେ ଏପରି ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ କୌଣସି ସର୍ବନିମ୍ନ ଆବଶ୍ୟକତା ପୂରଣ କରାଯାଉନାହିଁ। ସେମାନଙ୍କୁ କୃଷି କର୍ମଚାରୀର ମାନ୍ୟତା ଦେଇ ମାସିକ ପାରିଶ୍ରମିକ ବୃଦ୍ଧି କରି ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୩----୮,୪୫ Sakhigopal News,20/1/2023

Blog Archive

Popular Posts