Breaking News

ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କର ଶବ ଉଦ୍ଧାର


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ରେଳ ଫାଟକ ନିକଟରେ ଜଣେ ଅଚିହ୍ନା ଯୁବକର ଶବ  ରେଳ ଧାରଣାରେ  ପଡିଥିବା ରେଳୱେ ପୋଲିସ ଖବର ପାଇଥିଲା । ଘଟଣା ସ୍ଥଳରେ ରେଳୱେ ପୋଲିସ ପହଞ୍ଚି  ଯୁବକ ଜଣଙ୍କୁ ଚିହ୍ନଟ କରିବା ପାଇଁ ସାକ୍ଷୀଗୋପାଳ ରେଳୱେ ପୋଲିସ ଆଖ ପାଖ ବିଭିନ୍ନ ଲୋକଙ୍କୁ ପଚାରିଥିଲେ । ମାତ୍ର ଯୁବକ ଜଣଙ୍କର ମୁଣ୍ଡ ନ ଥିବାରୁ କେହି ଚିହ୍ନଟ କରି  ପାରିନଥିଲେ ।  ପୁରୀ ଜିଆରପି ଥାନା କେସନଂ୫/୨୦୨୩ରେ ଏକ ଅପମୃତ୍ୟୁ କେସ ରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଛି । ଶବ ବ୍ୟବଛେଦ ପରେ ଶବ ସଂରକ୍ଷିତ ଗୃହରେ  ରଖାଯିବ ବୋଲି ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଦାଶଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୩----୭,୧୦   Sakhigopal News, 31/1/2023

Blog Archive

Popular Posts