ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
ଭଞ୍ଜନଗର -----ଭଞ୍ଜନଗର ସ୍ଥିତ କଵି ସମ୍ରାଟ ଉପେନ୍ଦରଭଞ୍ଜ ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ 74ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶାନ୍ତି,ମୈତ୍ରୀ ସମବୃଦ୍ଧି ଓ଼ ସ୍ୱାଭିମାନର ଜାତୀୟ ପତାକା ଉତୋଳନ କରିଥିଲେ । ସେ ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକ ମାନଙ୍କର କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଉକ୍ତ ଉସବରେ ସମ୍ନାନିତ ଅତିଥି ରୂପେ Dr ଲୋକନାଥ ଦାଶ ଭୁବନେଶ୍ୱର CARE ହସ୍ପିଟାଲର ଉପସଭାପତି ଯୋଗ ଦିଇଥିଲେ। ସକାଳ 5ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୁନ ପ୍ରଚାର କରା ଯାଇଥିଲା । ବିଦ୍ୟାଳୟ ଓ଼ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱରା ଦେଶାନ୍ତବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ବିଭିନ୍ନ ପ୍ରତିଯୋଗୀ ତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ସହ ପରିବହନ ବିଭାଗ ପାଖରୁ ପରୋ ଉପକାରୀ ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ଚିକତ୍ସା ଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଚିଦାନନ୍ଦ କୃଷ୍ଠ ରୋଗୀ ଆଶ୍ରମ ରେ ମିଷ୍ଟ୍ରାନ ଓ଼ ଫଳ ବଣ୍ଟନ କରାଯାଇଥିଲା। ତହସିଲଦାର ଅଚ୍ୟତାନନ୍ଦ ଯାନୀ ଏସ ଡ଼ି ଏମ ଓ଼ ସୀତାଂଶୁ ଶେଖର ଶତପଥୀ,ଅଞ୍ଚଳିକ ପରିଵହନ ଅଧିକାରୀ ଶୁଭେନ୍ଦୁ ରାୟ,ଥାନା ଅଧିକାରୀ ଧୀରେଶ ଦାଶ,ଏମ ପି ପ୍ରତିନିଧି ପଞ୍ଚାନନ ପାଳ,ସମାଜ ସେବୀ ଶୂଳ ପାଣି ସତପଥୀ ପ୍ରଭୁତି ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଉଚ୍ଛବକୁ ଉପଖଣ୍ଡ ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ସତପଥୀ ସଂଯୋଜନା କରିଥିଲେ। ପ୍ରଦୀପ ପାତ୍ର ଓ଼ ତାରିଣୀ ସାହୁ ସହୋଯୋଗ କରିଥିଲେ।ଶେଷରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩----୯,୧୦ Sakhigopal News,27/1/2023