ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହରେ ସ୍ମୃତି ସଭା
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗାଁର ଆଦର୍ଶ ଶିକ୍ଷକଙ୍କ ଦଶାହରେ ସାକ୍ଷୀଗୋପାଳ ମଠସାହିରେ ଆୟୋଜିତ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଜୀବନୀ ଆଧାରିତ ସ୍ମୃତି ଅର୍ଘ୍ୟ ପତ୍ରିକା ଉନ୍ମୋଚନ ଅବସରରେ ତାଙ୍କର ଅମାୟିକ ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ଵ, ହୃଦୟଯୁକ୍ତ ମଧୁର କଥା ସବୁଦିନ ପାଇଁ ସମସ୍ତଙ୍କର ମନେରହିବ ବୋଲି ସମବେତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସେ ଡେଲାଙ୍ଗ ବ୍ଲକର ଜୁଇଲୁଣ୍ଡା, ଧାନକେର, ନିମାକେରା, ଶ୍ରୀପୁରୁଷୋତ୍ତମପୁର ଓ ଗଉଡକେରା ପ୍ରାଥମିକ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ କରି ବେଶ ସୁନାମ ଅର୍ଜନ କରିଥିଲେ । ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା, ସୁରେନ୍ଦ୍ର ମିଶ୍ର,ଏବିଇଓ ଯୁଧିଷ୍ଠିର ପରିଡ଼ା, ବରିଷ୍ଠ ପ୍ରଧାନଶିକ୍ଷକ ନିରଞ୍ଜନ ସାହୁ, ଦିଗମ୍ବର ରଥ,ରୁନୁବାଳା ମହାପାତ୍ର, ପ୍ରଶାନ୍ତ ଦାସ, ରମେଶ ପ୍ରଧାନ, ସିଆରସିସି ପବିତ୍ର ପଣ୍ଡା କବୟିତ୍ରୀ ବିଶାଖା ଦେବୀ, ଶିକ୍ଷକ ଲକ୍ଷ୍ମଣ ପୂଝାରୀ, ପବିତ୍ର ଜେନା, ବିକ୍ରମ ପାତ୍ର,ଅଭୟ ସାହୁ,ସଦାଶିବ ବିଶ୍ଵାଳ, ସମାଜସେବୀ ଗଜେନ୍ଦ୍ର ମହାପାତ୍ର, କୈଳାସ ତ୍ରିପାଠୀ,ଯୁବ ପ୍ରତିଭା ସନ୍ତୋଷ ମିଶ୍ର ଓ ରାଜେଶ ମିଶ୍ର ସ୍ବର୍ଗତ ଦାଶଙ୍କ ଗୁଣଗାନ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରି ପରିବାରଙ୍କୁ ସମବେଦନା ଜଣାଇଥିଲେ। ପତ୍ନୀ,ଭାଇ,କନ୍ୟା ସ୍ୱାଗତିକା ଓ ମଧୁସ୍ମିତା ଦାଶ ଗୁଣଗ୍ରାହୀମାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧/୨୦୨୩-----୭,୪୫ Sakhigopal News,30/1/2023