Breaking News

ଲରମ୍ଭା ମହାବିଦ୍ୟାଳୟ ର ୪୮ ତ'ମ ବାର୍ଷିକ କ୍ରୀଡା ଉତ୍ସବ

 
ବରଗଡ଼---  ବରଗଡ ଜିଲ୍ଲା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଲରମ୍ଭା ମହାବିଦ୍ୟାଳୟ ର ୪୮ ତ'ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ  ଦୁଇ ଦିନ ଧରି ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଶ୍ରୀ ସଦାଶିବ ପୁରୋହିତ , ସମ୍ମାନିତ ଅତିଥି ଶ୍ରୀ ରବିନାରାୟଣ ପଣ୍ତା, ଶ୍ରୀ ଅଶ୍ବିନୀ କୁମାର ପ୍ରଧାନ, ଶ୍ରୀମତୀ ସାବିତ୍ରୀ ପଣ୍ତା ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷ  ଶ୍ରୀ ଦେବଦତ୍ତ ବିଶ୍ବାଳ ଙ୍କୁ ବିଶିଷ୍ଟ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ  ବାଳକ ବିଭାଗରୁ ରତନ ନାଏକ କନିଷ୍ଠ ବାଳକ ବିଭାଗରୁ ମାନସ ଭୋସାଗର ଓ ମିଳିତ ବାଳିକା ବିଭାଗରୁ ପ୍ରାଚୀ କର୍ଣ୍ଣ  ଚମ୍ପିୟାନ ହୋଇଥିଲେ । ଖେଳ ଶିକ୍ଷକ ଚିତ୍ତ ରଂଜନ ଛନ୍ଦ, ଶୁଭ୍ରାଂଶୁ ସାହୁ,  ରମେଶ ସେଠ, ପ୍ରିତମ ପଣ୍ତା, ସୁଧିପ୍ତ ସାହୁ , ରାଜେଶ ଭୋଇ ,  ହରିଶ ପାତ୍ର  କ୍ରୀଡା ପ୍ରେମୀ ବିନୟ ନାୟକ, ସୁଶୀଳ ମହାକୁର, ସୁନୀଳ ସିଂ  ଖେଳ ପରିଚାଳନା କରିଥିଲେ ।  ମହାବିଦ୍ୟାଳୟର ପ୍ରଫେସର ଅଶୋକ ମହାନ୍ତି, ମୁଖ୍ୟ କିରାଣି ପ୍ରମୋଦ ଚନ୍ଦ୍ର ସେଠ, ଅଧ୍ୟାପକ ସରୋଜ ନାୟକ, ପବିତ୍ରମାହାଣା,  ରଂଜିତ ପ୍ରଧାନ  ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ସିଦ୍ଧେଶ୍ବର  ପଧାନ ଧନ୍ୟବାଦ ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧/୨୦୨୩---୭,୧୦ Sakhigopal News,22/1/2023

Blog Archive

Popular Posts