Breaking News

ସତ୍ୟବାଦୀ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ



ସାକ୍ଷୀଗୋପାଳ---- ବକୁଳବନ ଖେଳ ପଡିଆରେ ସତ୍ୟବାଦୀ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାର ହକି ୱାଲଡ କପ ଅବସରରେ ପଞ୍ଚାୟତ ସ୍ତରରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ସେଠାରୁ ବଛା ବଛା ଟିମ ମାନଙ୍କୁ ନେଇ ବ୍ଳକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଗୋଟି ଗ୍ରାମ ପଞ୍ଚାୟତରୁ  ବଛା ବଛା ଖେଳାଳୀ ମାନଙ୍କୁ ଚୟନ କରାଯାଇ ଆସନ୍ତା ୨୭ ତାରିଖରେ ପୁରୀ ତାଳବଣିଆ ଠାରେ ଅନୁଷ୍ଠିତ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ଖୋ- ଖୋରେ ବାଳକ ଓ ବାଳିକା, କବାଡିରେ ବାଳକ ବାଳିକା ଓ ଫୁଟବଲରେ ବାଳକ ବିଭାଗ ପିଲାଙ୍କୁ ଚୟନ କରାଯାଇଥିବା ସତ୍ୟବାଦୀ ବ୍ଳକ କ୍ରୀଡା ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ସକାଳେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ସହିତ ଅତିଥିମାନେ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ଖେଳପଡିଆ ପର୍ଯ୍ୟନ୍ତ ଆସିଥିଲା । ଅତ୍ୟତମ ଅତିଥି ଭାବେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ରହିଥିଷଲ । ଏହି କ୍ରୀଡା ପରିଚାଳନା କରିଥିଲେ ସତ୍ୟବାଦୀ ବ୍ଳକ ବିଡିଓ ଲୋଚନ ଦାସ । ବିଭିନ୍ନ ବିଦ୍ୟାଳୟର ୨୩ ଜଣ ଶାରୀରିକ କ୍ରୀଡା ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ । ସେହିପରି ଉଦଯାପିତ ସଂଧ୍ୟାରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଯୋଗ ଦେଇ ଶାରୀରିକ ଗଠନ କରିବା ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ସେହିପରି ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଗ୍ରୁଫ ମାନଙ୍କୁ ସିଲଡ ଓ କପ ପ୍ରଦାନ କରିଥିଲେ । ବିଶେଷ କରି ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଓ ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୩---୭,୨୦   Sakhigopal News --27/1/2023

Popular Posts