ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ .. ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଭିତରେ ଅଟକି ଯାଉଛି ହାତୀ ସୁରକ୍ଷା ବ୍ୟବସ୍ଥା
ଭଞ୍ଜନଗର - ଗୋଟିଏ ପରେ ଗୋଟିଏ ବଣୁଆ ହାତୀଙ୍କ ମୃତ୍ୟୁ । ଏବେ ପୁଣି ଆଉ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଛି । ପିଛା ଛାଡୁନି ହାତୀ ମୃତ୍ୟୁ ଘଟଣା । ଯାହାକି ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ବନାଞ୍ଚଳ ରେ ବୁଧବାର ରାତିରେ ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ହୋଇଛି । ଯାହାକି ଗୁରୁବାର ସକାଳୁ ସକାଳୁ , ତାରସିଂ ସେକ୍ସନ ର ମାଣପୁରୁ ଗାଁ ନିକଟ ଏକ ପରିବା କ୍ଷେତ ନିକଟରେ ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି । ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ସ୍ଥାନୀୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହିଭଳି ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚିଥିଲେ । ହାତୀ ମୃତ୍ୟୁ ଘଟଣା କୁ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଏବଂ ବ୍ୟବଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ । ଏନେଇ ସଂଧ୍ୟା ସୁଦ୍ଧା ଭୁବନେଶ୍ବର ଓୟୁଏଟି ଟିମ୍ ଆସି ପହଞ୍ଚିଥିବା ପରେ ମୃତ ହାତୀର ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି । ଏବେ ଅପେକ୍ଷା ବ୍ୟବଛେଦ ରିପୋର୍ଟକୁ । ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ମିଳୁଥିବା ସୂଚନା ପ୍ରକାରେ, ବିଦ୍ୟୁତ ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅତୀତରେ ବାରହା୍ ଶିକାର ପାଇଁ ଦୁର୍ବୃତ୍ତ ମାନେ ତାର ବିଛାଉଥିବା ଜଣାପଡିଛି । ସେହିଭଳି ବାରହା୍ ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ରେ ଛନ୍ଦି ହୋଇ ଏହି ହାତୀ ର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । କିନ୍ତୁ ବନବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୈାଣସି ସ୍ପଷ୍ଟ କରା ଯାଇନାହିଁ । ବନବିଭାଗ ପକ୍ଷରୁ ପରୋକ୍ଷରେ କୁହାଯାଉଛି ବାର୍ଦ୍ଧକ୍ୟ ଜନିତ କିମ୍ବା ଅସୁସ୍ଥତା କାରଣରୁ ହାତୀ ଟିର ମୃତ୍ୟୁ ହୋଇଥାଇପାରେ । କିନ୍ତୁ "ଲୁଚିଛି ନା' ଗୋଡ଼ ଦି' ଟା ଦିଶୁଛି" ଢଙ୍ଗରେ ବନ ବିଭାଗ ଘଟଣାକୁ ଯେତେ ଘୋଡେଇବାକୁ ଚେଷ୍ଟା କଲେ ମଧ୍ୟ ପାରିପାର୍ଶ୍ବିକ ଅବସ୍ଥା ବୟାନ କରୁଛି ଅନ୍ୟକିଛି । ହାତୀ ମୃତ୍ୟୁ ଘଟଣା ମନୁଷ୍ୟକୃତ ବୋଲି ସ୍ପଷ୍ଟ ବାରିହୋଇ ପଡୁଛି । କାହିଁକି ନା ଘଟଣା ସ୍ଥଳର କିଛି ସନ୍ଦେହ ପୂର୍ଣ୍ଣ ଚିହ୍ନକୁ ନିଶ୍ଚିନ୍ନ କରିବାର ପ୍ରୟାସ ବିଭାଗୀୟ କର୍ମଚାରୀଙ୍କ ଗୋପନ-ବିଚାର , ଟୁପୁରୁ-ଟାପୁରୁ କଥା ସବୁ ସନ୍ଦେହ ବଢାଇଛି । ଏପରିକି ବିଦ୍ୟୁତ୍ ଆଘାତ ଜନିତ କାରଣକୁ ଏଡ଼ାଇବା ପାଇଁ ଭିନ୍ନ ରୂପ ଦିଆଯାଉଛି । ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ଙ୍କ ଉପସ୍ଥିତି ହଁ ସନ୍ଦେହକୁ ଅଧିକ ଘନୀଭୂତ କରୁଛି । ଅନ୍ୟପକ୍ଷରେ ଏଲିଫେଣ୍ଟ୍ ଟ୍ରାକିଂ ବ୍ୟବସ୍ଥା ଥିବା ସତ୍ବେ ସ୍ଥାନୀୟ ଅଞ୍ଚଳରେ ହାତୀର ଉପସ୍ଥିତି କୁ ବନକର୍ମଚାରୀ ମାନେ କିଭଳି ଜାଣି ପାରିଲେ ନାହିଁ । ତାହା ଆଉଏକ ବଡ଼ ପ୍ରଶ୍ନ ହୋଇଛି । ଗତ କିଛି ମାସ ହେଲା ଏହି ବନଖଣ୍ଡରେ ୩ ଟି ହାତୀ ଙ୍କ ମୃତ୍ୟୁ ହୋଇସାରିଲାଣି । ଅତୀତର ଘଟଣା ଯଦିଓ ଭିନ୍ନ ପ୍ରକାର ତଥାପି ବାରମ୍ବାର ହାତୀ ମୃତ୍ୟୁ ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ଏହାର ସ୍ଥାୟୀ ପ୍ରତିକାର କାହିଁକି କରୁନି ତାହା ଆଉଏକ ପ୍ରଶ୍ନ ହୋଇଛି । ହାତୀ ମୃତ୍ୟୁ ଘଟଣାରେ ମୃତ ହାତୀର ଦାନ୍ତ ଜବତ , ଅଭିଯୁକ୍ତ ଙ୍କୁ ଗିରଫ , ଏବଂ ତଳିଆ ବନକର୍ମଚାରୀ ଙ୍କୁ ନିଲମ୍ବନ କରି କାମ ସାରିଦେଇଛି ବନବିଭାଗ । ହେଲେ ହୀତୀ ମୃତ୍ୟୁ ଘଟଣା ରୋକିବାରେ ଗୁରୁତ୍ବ କାହିଁକି ଦିଆଯାଉନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସମାଜସେବୀ ମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏପରିକି ବନବିଭାଗ ର ଏଭଳି ଆଚରଣ ଏବଂ ହାତୀ ମୃତ୍ୟୁ ଘଟଣା ପ୍ରତିବାଦରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାପାଇଁ ଏକ ସଂଗଠନ ସଜବାଜ ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧/୨୦୨୩----୮,୧୦ Sakhigopal News,19/1/2023