Breaking News

ଶପଥ ପରିବାର"ର ତୃତୀୟ ବାର୍ଷିକ ଉତ୍ସବ ପାଳିତ



 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ" ଶପଥ ପରିବାର"ର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଜୁ ଜନତାଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ପୁଷ୍ପକ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ର ସଭ୍ଯ ସତ୍ଯଜିତ ପୁରୋହିତ, ରେମଣ୍ଡା ସମିତି ସଭ୍ୟା ରିଙ୍କି  ସେଠ, ବରଗଡ ବ୍ଲକ କୁରୁଆଁ ସରପଞ୍ଚ ପୁଷ୍ପାଞ୍ଜଳି କଲତା ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ ମା ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରତି ଛବି ନିକଟରେ  ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ପ୍ରଭଞ୍ଜନ ଶତପଥୀ ଓ ପ୍ରତାପ ବହିଦାର। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଛୁରିଆ ଉତ୍ସର୍ଗୀକୃତ ସମାଜ ସେବା ପାଇଁ ସଂକଲ୍ପ ପରିବାର ବରଗଡ, ସମ୍ବଲ ଅନୁଷ୍ଠାନ ସମ୍ବଲପୁର, ମାହେଶ୍ଵରୀ ସେନା କୁରୁଆଁ, କ୍ଲବ   ଖୁଣ୍ଟଲିପାଲି, ଫ୍ରେଣ୍ଡସ୍ ଏ ହୋପ କ୍ଲବକୁ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷ ସେମାନେ ହେଲେ ଯଥା କଳା ଓ ନିର୍ଦ୍ଦେଶନା ପାଇଁ ଅତିଶ୍ କୁମାର ଶତପଥୀ, ଭେଡେନ ବ୍ଲକ ମେଟ୍ରିକ ଟପର ସୁଶ୍ରୀ ଅଭିପ୍ସା ମେହେର, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ସୁଶ୍ରୀ ଆଦ୍ୟା ବହିଦାର, ଲୋକନୃତ୍ଯ ରେ ରାଜ୍ଯ ସ୍ତରୀୟ ପ୍ରଥମ ଆର୍ଯ୍ୟନ ମହାନନ୍ଦ, ରୋଗୀ ସେବା କ୍ଷେତ୍ରରେ ଦୁର୍ଗା ଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶପଥ ସେବା ସଂସ୍ଥା ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଭାଗ ରେ ପ୍ରଥମ, ଆଦ୍ୟା ବହିଦାର   ଦ୍ଵିତୀୟ ଆୟୁଷି ଭୋଇ, ତୃତୀୟ ଚିନ୍ତନ ଭୋଇ, କନିଷ୍ଠ ବିଭାଗରୁ ପ୍ରଥମ ବବ୍ଲି କ୍ଷେତି, ଦ୍ଵିତୀୟ ଅଲିଭା ଭୋଇ ତୃତୀୟ ସିଦ୍ଧି ମେହେର ସମସ୍ତ କୁଂ ପ୍ରମାଣ ପତ୍ର, ପୁଷ୍ପମାଲ୍ୟ ଉପଢୌକନ ପ୍ରଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ରକ୍ତ ସଂଗ୍ରହ କରି ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା,  ରକ୍ତ ଭଣ୍ଡାର ବରଗଡ ଡାକ୍ତର ଓ କର୍ମଚାରୀ ଯଥା କ୍ରମେ ୩୦  ଓ ୨୧ ମୋଟ ୫୧  ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ଶପଥ ସେବା ସଂସ୍ଥା ପକ୍ଷରୁ ସଭାପତି ନିରଞ୍ଜନ ଖମାରୀ, ଦୀପକ ଭୋଇ,ଏକାଦଶୀଆ ହଟେଇ, ଅଙ୍କୁର ପ୍ରଧାନ, ପ୍ରିୟବ୍ରତ ଶତପଥୀ, ନରେନ୍ଦ୍ର ପଟେଲ, ଟୁନୁ ସେଟ, ଲକି ମେହେର, ମନୋରଞ୍ଜନ ରଣା, ସୁଦାମ ସାହୁ, ଚୈତନ୍ୟ ବଢେଇ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧/୨୦୨୩----୮,୪୫ Sakhigopal News,23/1/2023

Blog Archive

Popular Posts