Breaking News

ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ,



ଓଡ଼ଗାଁ:- ଓଡ଼ଗାଁ ବ୍ଳକ କୁମ୍ଭିଆପଲ୍ଲୀ ପିମିଟ ଆବାସିକ କଲେଜ ପରିସରରେ  ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ୧୯୮୫ ମସିହା ମାଟ୍ରିକ ବ୍ୟାଚର ୬୦ରୁ ଉର୍ଦ୍ଧ୍ବ ଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।  ପରିବାର ଏବଂ ବାଲ୍ୟ ସମୟର ସହପାଠୀ ମଧ୍ୟରେ ଥିବା ବନ୍ଧୁତ୍ବ ନିଆରା । ସୁଦୁର କଲିକତା ଅବା ମୁମ୍ବାଇ ଯେଉଁ ଠାରେ ଥିଲେ ମଧ୍ୟ ସହପାଠୀଟିଏ ବନ୍ଧୁମିଳନ କ୍ଷେତ୍ରକୁ ଟାଣି ହୋଇ ଆସିଥାଏ । ଦେଖା ସାକ୍ଷାତ ଓ ମିଳନର ପର୍ବ ପରେ ଗିରିଜା ଦାଶ, ଶରତ ପୃଷ୍ଟି ଏବଂ ନାରାୟଣଙ୍କ କଣ୍ଠଶ୍ବର ସମସ୍ତଙ୍କୁ କିଛି ସମୟ ପାଇଁ ବାନ୍ଧି ରଖିଥିଲା । ଏଥିସହିତ ଶିକ୍ଷକ ପିତବାସ ସାହୁ, ବ୍ରଜକିଶୋର ନନ୍ଦ ଏବଂ ଜନାର୍ଦ୍ଦନ ସାର ପରିସର ମଧ୍ୟରେ ପହଁଚିବା ପରେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଏହା ସହିତ ସାଥି ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସାର ମାନଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଥିଲେ । ପରେ ଉପସ୍ଥିତ ସାର ମାନେ ନିଜ ନିଜର ଆର୍ଶିବଚନ ପ୍ରଦାନ ପୂର୍ବକ "ବଡମଣିଷ ନୁହେଁ, ସମସ୍ତ ଛାତ୍ର ଜଣେ ଜଣେ ଭଲ ମଣିଷ ହୋଇ ପାରିଥିବାରୁ ଖୁସିବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର ଦେବଦତ୍ତ, ସାରସ କୁମାର ମିଶ୍ର ଏବଂ ସୁକାନ୍ତ ବାରିକ ପରିଚାଳନା କରିଥିଲେ।
ଓଡ଼ଗାଁ ରୁ ଦୀଲିପ କୁମାର ବିଷୋୟୀ ଙ୍କ ରିପୋର୍ଟ,୩୦/୧/୨୦୨୩----୨,୧୦ Sakhigopal News,30/1/2023

Blog Archive

Popular Posts