କଂଗ୍ରେସ କର୍ମୀ ବଳରାମ ସାଥୁଆଙ୍କର ହୃଦଘାତରେ ପରଲୋକ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ର ବଳରାମ ସାଥୁଆଙ୍କର ୫ ୮ ବର୍ଷ ବୟସରେ ହୃଦଘାତ ରେ ଅକାଳ ବିୟୋଗ ହୋଇଯାଇଛି। ଏହି ଖବର ପ୍ରକାଶିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ବୀର ସୁରେନ୍ଦ୍ର ସାଏ କ୍ଲବ ରେମଣ୍ଡା ଓ କଂଗ୍ରେସ ଦଳର ସକ୍ରିୟ କର୍ମୀ ଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ସ୍ୱାଭାବ ର ବ୍ୟକ୍ତି ଥିଲେ । ସେ ତାଙ୍କ ପଛରେ ବିଧବା ପତ୍ନୀ ଓ ତିନି ଝିଅ ଛାଡି ଯାଇଛନ୍ତି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରି ଶବଧାରରେ ସାମିଲ ହୋଇଥିଲେ । ତାଙ୍କର ବଡ ଭାଇଙ୍କ ପୁଅ ଗଣେଶ ସାଥୁଆ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଂଜନ ମହାନନ୍ଦ , ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ବୀର ସୁରେନ୍ଦ୍ର ସାଏ କ୍ଲବ ର ସଭାପତି ଜାପାନୀ ସାହୁ, ସଞ୍ଜୟ ନନ୍ଦ ଓ ସମସ୍ତ ସଦସ୍ୟ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୧/୨୦୨୩----୮,୨୫ Sakhigopal News,17/1/2023