Breaking News

ନାବାଳିକାକୁ ଗଣ ବଳତ୍କାର, ୨ ଅଭିଯୁକ୍ତ ଗିରଫ


ଭଞ୍ଜନଗର,- ପୁଣି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପୁଣି ଜଣେ ନାବାଳିକା ଗଣ ଦୁଷ୍କର୍ମ ର ଶୀକାର ହୋଇଛି। ନିଜ ଚାଷ ଜମିରେ ପଡିଥିବା ଧାନ ଫସଲକୁ ଘୋଡାଇବାକୁ ଯାଇ ସେଠାରୁ ଘରକୁ ଫେରୁଥିବା ବେଳେ ନାବାଳିକା ଜଣକ ଏଭଳି ଗଣ ବଳତ୍କାରର ଶୀକାର ହୋଇଛି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଇଲାକାରେ ଘଟିଛି। ପୁଲିସ ଏହୀ ଗଣ ଦୁଷ୍କର୍ମ ଘଟଣା ରେ ସଂପୃକ୍ତ ୨ ଜଣ ବଳତ୍କାରୀଙ୍କୁ ଗିରଫ କରି ପୋକ୍ସ କୋର୍ଟକୁ ଚାଲାଣ କରିଛି। ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ  ୨ ଜଣ ଯୁବକ  ସେହି ଗ୍ରାମ ପାଖ ଏକ ଚାଷଜମିରେ ଜଣେ ୧୬ ବର୍ଷୀୟା ନାବାଳିକା ଏକାକୀ ଚାଷଜମିକୁ ଯାଇ ଧାନ ଘୋଡାଉ ଥିବା ଦେଖି ତାକୁ ପିଛା କରିଥିଲେ। ନାବାଳିକା ଜଣକ ଜମିରୁ ଘରକୁ ଫେରୁଥିବା ସମୟରେ ସେହି ବିଲରେ ଅନ୍ୟ କେହି ନଥିବା ଦେଖି ଅଭିଯୁକ୍ତ ପୁନିୟା ଓ କନ୍ଧ  ବଳପୂର୍ବକ ଉଠାଇ ନେଇ ତାର ପାଟିକୁ ଚାପି ଧରି ତାକୁ ଜୀବନରୁ ମାରିଦେବାକୁ ଭୟ ଦେଖାଇ ଜଣକ ପରେ ଜଣେ ଧର୍ଷଣ କରିଥିଲେ। ନାବାଳିକା ଟିର କାକୁତି ମିନତି ସତ୍ତ୍ୱେ କାମାନ୍ଧ ୨ ଜଣ ରାକ୍ଷାସ ଭଳି ସଂପୃକ୍ତ ନାବାଳିକାଟିର ଇଜ୍ଜତ ସହ ଖେଳ ଖେଳିବା ସହ ଏହି ଘଟଣା ପ୍ରକାଶ କଲେ ତାକୁ ଓ ତାର ପରିବାର ଲୋକଙ୍କୁ ଜୀବନରୁ ଶେଷ କରିଦେବାକୁ ଧମକ ଦେଇଥିଲେ। ପରେ ପୀଡିତା ନାବାଳିକା ଜଣକ ଘରେ ପହଞ୍ଚି ଏହି ଘଟଣା ଜଣାଇବା ପରେ ୨୦ ତାରିଖରେ ପରିବାର ଲୋକମାନେ ଭଞ୍ଜନଗର ଥାନା ରେ ଏସଂପର୍କରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଆଉ ଅଭିଯୋଗ କୁ ଭିତ୍ତି କରି ଭଞ୍ଜନଗର ପୁଲିସ ଥାନା କେଶ ନମ୍ବର ୫୭/୨୨ ପ୍ରକାରେ ମାମଲା ରୁଜ୍ଜୁ କରି  ଦଫା ୩୪୧/୩୭୬(ଡିଏ)/୫୦୬ ଆଇପିସି ଓ ୬ ପୋକ୍ସୋ ଆଇନ ବଳରେ ଉଭୟ ଅଭିଯୁକ୍ତ ପୁନିୟା ଓରଫ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ କନ୍ଧ ଗୈାଡ କୁ ଗିରଫ କରିଛି। ପରେ ଉଭୟ ଅଭିଯୁକ୍ତ ସହ ପୀଡିତା ନାବାଳିକା ର ଡାକ୍ତରୀ ମଇନା କରାଯିବା ପରେ ଶନିବାର ଜିଲ୍ଲା ପୋକ୍ସୋ କୋର୍ଟରେ ହାଜର କରାଯାଇଛି। ପରେ ଉଭୟ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଧୀରେସ  କୁମାର ଦାସଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୩--୭,୧୫ Sakhigopal News,22/1/2023

Blog Archive

Popular Posts