Breaking News

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ବୈଠକ ଅନୁଷ୍ଠିତ



 
ଜଟଣୀ--  ଜଟଣୀ ପଞ୍ଚାୟତ ସମିତିର  ସଭା ଗୃହରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନ ମନ୍ତ୍ରୀଆବାସ ଯୋଜନା (ଗ୍ରାମୀଣ) ଉପରେ ଆଲୋଚନା କରାଯାଇଥିଲା । ଆଜିର ବୈଠକରେ ଶ୍ରୀ ଦିଗନ୍ତ
ରାଉତରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା , ଶ୍ରୀମତୀ
ଜୟନ୍ତୀ ଛୋଟରାୟ ଅଧ୍ୟକ୍ଷା ଜଟଣୀ ବ୍ଲକ, ଶ୍ରୀ ସରୋଜ କୁମାର ରାଉତ ମଣ୍ଡଳ ଉନ୍ନୟନ ଅଧିକାରୀ
ଜଟଣୀ ବ୍ଲକ  ସମେତ ଜିଲ୍ଲା ଏବଂ ପଞ୍ଚାୟତ ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମରେ ୨୦୨୧-
୨୦୨୨ ଆର୍ଥିକ ବର୍ଷରେ ୩୪୬୯ ଜଣ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଅଛି ଏବଂ ୧ ଲକ୍ଷ ୨୨
ହଜାର ୨୯ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଅଛି ଓ ୧୦୧ ଗୋଟି ପରିବାର ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ
କରି ଅଛନ୍ତି ବୋଲି ବୈଠକରେ ପ୍ରକାଶ ପାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଆଗାମୀଦିନରେ କିପରି ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇପାରିବ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଆର୍ଥିକ ବର୍ଷ ୨୦୧୬- ୧୭ ରେ ୬୯୩ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା
ରେ ଗୃହ ନିର୍ମାଣ ପାଇଁ ପଞ୍ଚାୟତ ସମିତି ଜଟଣୀ ତରଫରୁ କାର୍ଯ୍ୟଦେଶ ଦିଆ ଯାଇଥିଲା ଆର୍ଥିକ ବର୍ଷ
୨୦୧୭- ୧୮ ରେ ୧୨୨ ଜଣ ହିତାଧ୍ୱକାରୀ ଆର୍ଥିକ ବର୍ଷ ୨୦୧୮-୧୯ ମସିହା ରେ ୧୯ ଜଣ ହିତାଧିକାରୀ , ଆର୍ଥିକ ବର୍ଷ ୨୦୧୯-୨୦ ରେ ୪ ଜଣ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇଛି ।୨୦୧୬ ମସିହା ରୁ ଏଯାବତ ୮୩୮ ଟି ଗୃହ ନିର୍ମାଣ ପାଇଁ କାର୍ଯ୍ୟ ଦେଶ ଦିଆ ଯାଇଥିବା ବେଳେ ସେଥ୍ମଧ୍ୟରୁ ୮୧୨ ଗୋଟି ଗୃହ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା, ପଞ୍ଚାୟତ ସମିତି ଜଟଣୀ ର କର୍ତ୍ତବ୍ୟ ନିଷ୍ଠା କର୍ମଚାରିଙ୍କ ସ୍ବଚ୍ଛତା
ଓ ପରିଦର୍ଶିତା କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସଫଳତା ବଜାୟ ରଖିବା କୁ ଉପଦେଶ
ଦେଇଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧/୨୦୨୩---୬,୩୦ Sakhigopal News,31(1/2023

Blog Archive

Popular Posts