Breaking News

ଲରମ୍ଭା ମହୋଦଧି ଛାତ୍ରାବାସରେ ବାର୍ଷିକ ଉତ୍ସବ ପାଳିତ


 
ବରଗଡ଼---  ବରଗଡ ଜିଲ୍ଲା  ଲରମ୍ଭା ମହାବିଦ୍ୟାଳୟ ସ୍ଥିତ ମହୋଦଧି  ଛାତ୍ରାବାସର ବାର୍ଷିକ  ଉତ୍ସବ  ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୈାନ୍ତିଆ , ମୁଖ୍ୟବକ୍ତା ପ୍ରଫେସର ପ୍ରକାଶ ପଣ୍ଡା , ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା, ତତ୍ତ୍ବାବଧାରକ ପବିତ୍ର ମାହାଣା ,ସହ ତତ୍ତ୍ବାବଧାରକ ଗୁରୁଦେବ କୁଶଳ ,ସରୋଜ  କୁମାରନାୟକ ,ହିସାବରକ୍ଷକ ସୁଶିଳ ମହାକୁର , ଲରମ୍ଭା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସାବିତ୍ରୀ ପଣ୍ଡା  ,ଛାତ୍ର ସମ୍ପାଦକ ଦିବ୍ୟରଂଜନ ଦାଶ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ମିତ୍ରଭାନୁ ଗୈାନ୍ତିଆ ଓ ପ୍ରମୋଦ ଚନ୍ଦ୍ର ସେଠ ଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ତେଵାସୀଙ୍କ ଦ୍ବାରା  ନାଟକ ଦରମରା ରାବଣ  ଓ ଶାସ୍ବତ ତ୍ରିପାଠୀଙ୍କ ଜୀଥିଲେ ଜୀବକା ମେଲୋଡି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  କରାଯାଇଥିଲା ।  ଉକ୍ତ ସମାରୋହରେ ପୂର୍ବତନ  ଅଧ୍ୟକ୍ଷ ଡଃ ନେପାଳ ପ୍ରଧାନ ,ଅଶୋକ କୁମାର ସାହୁ , ସୁରେନ୍ଦ୍ର ପ୍ରଧାନ , ଶ୍ରୀ ଭାରତ ସରାପ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରାବାସର ଗୋବିନ୍ଦ ପୋଢ, ତାରାଚାନ୍ଦ କଣ୍ଟା ପ୍ରମୁଖ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧/୨୦୨୩---୧୦,୪୦ Sakhigopal News,27/1/2023

Popular Posts