Breaking News

ମିଳିମିଶି ଖାଇଗଲେ ଢ଼ଳେଇ ରାସ୍ତା , ଦେଖିବାକୁ କେହି ନାହିଁ


କଟକ---- ସ୍ଥାନୀୟ କଣ୍ଟ୍ରାକ୍ଟର ରାଜସ୍ବ ଲୁଟି ମାଲେମାଲ, କଣ୍ଟ୍ରାକ୍ଟର ବିନା ସୂଚନା ଓ ବିନା ଫଳକରେ ଚାଲିଛି କାମ । ଜନସାଧାରଣ ଭୋଗୁଛନ୍ତି ନାହିଁ ନଥିବା କଷ୍ଟ । ଲୋକଙ୍କ ଆଖିରେ ଧୂଳି ଦେଇ ଢ଼ଳେଇ ରାସ୍ତା ଖାଇଗଲେ । ଗୋଳାଗଣ୍ଡରୁ କଳାପଥର ପର୍ଯ୍ୟନ୍ତ ରାସ୍ତା କାମ ମଧ୍ୟ କରାଗଲା, ଢ଼ଳେଇ ଉଠି ଆଁ କଲାଣି ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର କାମ କରି ରାଜସ୍ୱ ଲୁଟୁଛନ୍ତି ବୋଲି ଅଭିଯୋଗ ଆସିଛି। ରାସ୍ତାରେ ଚାଲିଲାବେଳକୁ ଗୋଡି ଉଠିଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର ଓ ଜେଇଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନ ମାନର କାମ ହୋଇଥିବା ଦେଖାଦେଇଛି।ରକ୍ୟସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ଶିକ୍ଷାଠୁ ଆରମ୍ଭ କରି ଗମନା ଗମନ ପର୍ଯ୍ୟନ୍ତ ପାଣି ଭରି ଖର୍ଚ୍ଚ କରୁଛନ୍ତି ଟଙ୍କା । ହେଲେ କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଯୋଜନା ହେଉଛି ବାଟବଣା। ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ହଡପ କରାଯାଉଛି। ଏମିତି ଏକ କାମ ଦେଖିବାକୁ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋଳାଗଣ୍ଡ ଠାରୁ ବୈଦେଶ୍ଵର ପର୍ଯ୍ୟନ୍ତ ନିମ୍ନ ମାନର କାମ ହୋଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ କଥା ହେଉଛି ଏହି ରାସ୍ତାରେ ହଜାର ହଜାର ଛାତ୍ର ଛାତ୍ରୀ ଅତ୍ୟାଧିକ ଗ୍ରାମର ଗ୍ରାମବାସୀ ଏହିରାସ୍ତାରେ ଯାତାୟାତ କରନ୍ତି । ରାସ୍ତା ଉପରେ ଗୋଡି, ବାଲି ବାହାରି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି। ରାସ୍ତାକୁ ପୂରିନି 12ଦିନ ହେଲେ ରାସ୍ତାର ଅବସ୍ଥା ବାର ବାଜି ଗଲାଣି । ପ୍ରଶ୍ନ ସୃଷ୍ଟି ହେଉଛି କାହିଁକି ଏତେ ଟଙ୍କାର କାମ ଏତେ ନିମ୍ନ ମାନର ହେଲା । ତେବେ କଣ ରହିଛି କାମରେ ତ୍ରୁଟି। ପ୍ରଶାସନକୁ ତଦନ୍ତ କରିବା ପାଇଁ କଂଗ୍ରେସର ସମାଜ ସେବୀ ପ୍ରଶାନ୍ତ କୁମାର ସାହୁ ଦାବି କରିଛନ୍ତି ।  କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୯/୧/୨୦୨୩ Sakhigopal News,29/1/2023

Blog Archive

Popular Posts