Breaking News

ୟୁ ବି ହାଇସ୍କୁଲରେ ଏନ୍ ସି ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା




ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଆଜି ଏନ୍ ସି ସି ଆର୍ମୀ କ୍ୟାଡେଟମାନଙ୍କର ଏନ୍ ସି ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି  ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଦ୍ଵାରା ପ୍ରେରିତ ଦୁଇ ଜଣ ପି. ଆଇ. ଷ୍ଟାଫ୍ (ଭାରତୀୟ ସ୍ଥଳ ସେନା ର) ସୁବେଦାର୍ କ୍ରିଷ୍ଣା ବି ମଗର୍ ଓ ହାବିଲଦାର କ୍ରିଷ୍ଣା ଥାପା ମୁଖ୍ୟ ପରୀକ୍ଷା ପରିଚାଳନା କରିଥିଲେ । ଏହି ପରୀକ୍ଷା କେନ୍ଦ୍ରରେ ବେଲଗୁଣ୍ଠା , ସୋରଡ଼ା, ଗାଲେରୀ , ଭଞ୍ଜନଗର ସମେତ ମୋଟ ୧୧ ଟି ବିଦ୍ୟାଳୟର ୨୭୦ ଜଣ କ୍ୟାଡେଟ୍ ଙ୍କ ମଧ୍ୟରୁ ୨୬୮ ଜଣ କ୍ୟାଡେଟ୍ ପରୀକ୍ଷା ଦେଇଥିଲେ  । ଉଭୟ ପ୍ରଶିକ୍ଷକ ଏବଂ ବିଭିନ୍ନ ବିଦ୍ୟାଳୟର ଏ.ଏନ୍.ଓ. ଏହି କ୍ୟାଡେଟମାନଙ୍କୁ ଡ୍ରିଲ୍, ଓ୍ବିପନ୍ ଟ୍ରେନିଂ ଏବଂ ଅନ୍ୟାନ୍ୟ କେତେକ ଏନ୍ ସି ସି ସମ୍ବନ୍ଧୀୟ ବିଷୟରେ ଉଭୟ ତତ୍ତ୍ଵ ଭିତ୍ତିକ(ଥିଓରୀ) ଓ ଅଭ୍ୟାସ ଭିତ୍ତିକ (ପ୍ରାକ୍ଟିକାଲ୍) ପରୀକ୍ଷା କରି ଥିଲେ । ଏଥିରେ ସମସ୍ତ ଦ୍ବିତୀୟ ବର୍ଷ ର କ୍ୟାଡେଟ ଭାଗନେଇଥିଲେ । ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ  ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା। ଏଥି ନିମିତ୍ତ ପ୍ରଧାନ ଶିକ୍ଷକ  ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କାର୍ଯ୍ୟ କ୍ରମରେ
ସକ୍ରିୟ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୩----୭,୪୫ Sakhigopal News,22/1/2023

Blog Archive

Popular Posts