Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ଦେବୀଙ୍କ ପୂଜା ପାଳିତ



ସାକ୍ଷିଗୋପାଳ----ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକାକୁ  ଉତ୍ତୋଳନ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍‌ ମାନେ,ସ୍କାଉଟ୍‌ ଗାଇଡ୍‌ ଓ ଜୁନିୟର ରେଡ୍‌କ୍ରସ୍‌ର ଛାତ୍ର ଛାତ୍ରୀ ମାନେ ମିଳିତ ପ୍ୟାରେଡ୍‌ ମାଧ୍ୟମରେ ଅଭିବାଦନ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଏନ୍‌ ସି ସି ଅଫିସର ଶ୍ରୀ ସୁଚିତ୍ର ଖଟେଇ,ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର,ସୌଦାମିନୀ ନାୟକ,ଗୀତାରାଣୀ ବେହେରା,ପୁନମ କୁଜୁର,ତପସ୍ବିନି ତ୍ରିପାଠୀ ଦୀପାମୁଦ୍ରା ଗୁରୁ,କୃଷ୍ଣପ୍ରିୟା ଦାଶ ଓ ଶିକ୍ଷକ ଚିନ୍ମୟ କୁମାର ଜେନା।। ବାଦ୍ୟ ଯନ୍ତ୍ରାଂଶର ତାଳେ ତାଳେ ସମସ୍ତ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଠାରୁ ବାହାରି ବଜାର ପରିକ୍ରମା କରିଥିଲେ। ହାତରେ ତ୍ରିରଙ୍ଗା ଧରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରେ ପରେ ଗୋଟିଏ ଦିନରେ ସାଧାରଣ ତନ୍ତ୍ର ଓ ମା ବିଦ୍ୟାଦାତ୍ରୀ ସରସ୍ଵତୀ ଙ୍କ ପୁଜା ପଡ଼ିଥିବାରୁ ମା ସରସ୍ୱତୀଙ୍କ ପୂଜା ପିଲାମାନେ ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୩---୧୧,୫୦ Sakhigopal News,27/1/2023 

Blog Archive

Popular Posts