ବନବିଭାଗ ଆବର୍ତ୍ତନ ପାଣ୍ଠିରୁ ମହିଳା ଗୋଷ୍ଠୀଙ୍କୁ ଧାନକଳ ଯୋଗାଣ
ଭଞ୍ଜନଗର - ମହିଳା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ ଏବଂ ରୋଜଗାରକ୍ଷମ କରିବା ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳର ଉନ୍ନୟନ ପ୍ରକଳ୍ପ-୨ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବନସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠି ରୁ ତାରସିଂ ଅନ୍ତର୍ଗତ ଖୁଡୁରୁଗୋଛା ଗ୍ରାମରେ ଥିବା ମା ବୁନ୍ଦାବତୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠି କୁ ଧାନ କଳ ପ୍ରଦାନ କରାଯାଇଛି । ଏହାଦ୍ବାରା ସ୍ବଂୟ ସହାୟିକା ଗୋଷ୍ଠିର ମହିଳା ମାନେ ରୋଜଗାର କ୍ଷମ ହୋଇ ପାରିବେ । ନିଜର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିପାରିବ । ଏହି କାର୍ଯ୍ୟକ୍ରମକୁ ବନସୁରକ୍ଷା ସମିତିର ସଭାପତି ବିକ୍ରମ ବାଘ ଉଦଘାଟନ କରିଥିଲେ । ସ୍ବାତୀ ଅନୁଷ୍ଠାନର ମୁଜାଗଡ ଟିମ୍ ଲିଡର ଭଗବାନ ସାହୁ, ସଂଯୋଜକ ମଧୁସୂଦନ ସ୍ବାଇଁ, ସୁନିଲ କୁମାର ପଣ୍ଡା, କେଷାଧକ୍ଷ ସିମାଞ୍ଚଳ ନାଇକ, ଆନିମେଟର ସାରଥି ମଲ୍ଲିକ, ସଂପାଦକ ବୁଲୁ ନାୟକ ସମେତ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ ।ମହିଳା ମାନକୁ ସ୍ବାଭଲମ୍ବୀ କରିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୨/୨୦୨୩----୧୧,୨୦ Sakhigopal News,1/2/2023