ସିରିଡିସାଇ ଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୟାଗଡ---ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଆସାହି ଟଭାପାହାଡ ସ୍ଥିତ ସାଇଦରବାର ରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଆରମ୍ଭହୋଇଛି। ଏହା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି ।ମଙ୍ଗଳବାର ପ୍ରଥମ ଦିନରେ କଳସ ପୂଜା ହେବା ପରେ30ରୁ ଉର୍ଦ୍ଧ୍ବ ମହିଳା କଳସ ଯାତ୍ରାକରି ଗଡ଼ିଆସାହି ଗ୍ରାମ ପରିକ୍ରମା କରି ଥିଲେ । ଏହା ପରେ ମହିଳା ମାନେ କଳସ କୁ ଆଣି ସାଇବାବା ଙ୍କ ଯଜ୍ଞ ସ୍ଥାନରେ ସ୍ଥାପନ କରିଥିଲେ।ଏହା ପରେ ଯଜ୍ଞ ଆରମ୍ଭ ହୋଇଥିଲା।ହନୁମାନ ଚାଳିଶା ପାଠ ସାଙ୍ଗକୁ ନାମଜପ ହୋଇଥିଲା। 26ତାରିଖରେ ପ୍ରସାଦ ସେବନ, ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଇ ମନ୍ଦିର ସଭାପତି ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଏବଂ ବଳଭଦ୍ର ଆଚାର୍ଯ୍ୟ ସମ୍ପାଦକ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ । ବାବାଙ୍କ ଏହି ଉତ୍ସବରେ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୧/୨୦୨୩-----୯,୪୫ Sakhigopal News,27/1/2023