ଜିଲା ଉନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ
ନୟାଗଡ଼,---ନୟାଗଡ଼ ବଲାଙ୍ଗୀ ପାର୍କ ଠାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାଉନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ,ଖଣ୍ଡପଡା ବିଧାୟକ ସୋମ୍ୟା ରଂଜନ ପଟ୍ଟନାୟକ ,ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ,ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସଚନ୍ଦ୍ର ରାୟ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲାପାଳ ପୂର୍ବ ବୈଠକ ସମ୍ପକ ରେ ସୂଚନା ଦେବା ସହ ବେଟି ବଚାଓ ଓ ବେଟି ପଢ଼ାଓ ଉପରେ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଥିଲେ।ନୟାଗଡ଼ ବିଧାୟକ ଡ଼.ସାହୁ ତାଙ୍କ ବକ୍ତବ୍ୟ ରେ ବଲାଙ୍ଗୀ ପାର୍କ ନିର୍ମାଣ ବିଷୟରେ ସୂଚନା ଦେବା ସହ ରାଜ୍ୟ ସରକାର ଓ ଭାରତ ସରକାର ଙ୍କ ବିଭିନ୍ନ ଯୋଜନା କୁ ସଠିକ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ବିଷୟ ରେ ଅଧ୍ୟକ୍ଷ ଆଲୋଚନା କରିଥିଲେ।ଜିଲ୍ଲାର ନେଟୱାର୍କ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ ।ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବିଷୟରେ ଦଶପଲ୍ଲା ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ ।ବିଏ ସନ ଏଲ କର୍ମଚାରୀ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ବେଳେ ,ପୂର୍ବ ବୈଠକରେ ଆବଶ୍ୟକ କରାଯାଇଥିବା ତଥ୍ୟ ପ୍ରଦାନ କରିପାରିନଥିଲେ ।ବେଟି ବଚାଓ ଓ ବେଟି ପଢ଼ାଓ ଅଭିଯାନ ଉପରେ ଆଲୋଚନା ବେଳେ ଜିଲ୍ଲା ରେ ଅଧୁନା ନୟାଗଡ଼ ଜିଲ୍ଲାରେ ଏକ ହଜାର ପୁଅ ରେ ୭୯୪ଝିଅ ଜନ୍ମ ନେଉଥିବା ସୂଚନା ଦେଇଥିଲେ।ଜିଲ୍ଲାରେ ୩୨ଗୋଟି ଗ୍ରାମ ରେ ପୁଅ ତୁଳନାରେ ଝିଅ ସଂଖ୍ୟା ନଗଣ୍ୟ ବୋଲି କୁହାଯାଇଥିଲା।ଝିଅ ପଢିବା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଛାତ୍ରୀ ଅଧାରୁ ପାଠ ଛାଡୁଥିବା ନେଇ ଅଧ୍ୟକ୍ଷ ଆଲୋଚନା ପରିସରକୁ ଆଣିଥିଲେ।ଏ ନେଇ ତଥ୍ୟ ଯୋଗାଡ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହା ସହିତ ଧାନ କିଣା ଓ ଖାଦ୍ୟ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।ଏହି ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ ,ଅଧକ୍ଷ୍ୟା ,ଜିଲ୍ଲାପରିଷଦ ସଭ୍ୟ ,ସଭ୍ୟା ଯୋଗଦେଇଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୧/୨୦୨୩---୯,୨୦ Sakhigopal News,27/1/2023