Breaking News

ଓଡ଼ଗାଁ ମହୋତ୍ସବର ତ୍ରୁତୀୟ ସଂନ୍ଧ୍ଯା, ବିଶେଷ ଆକର୍ଷଣ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ର ହରିପାଲ


 

ଓଡ଼ଗାଁ:- ଐତିହାସିକ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତ୍ରୁତୀୟ ସଂନ୍ଧ୍ଯା ଉଦଘାଟିତ ହୋଇଯାଇଛି। ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଓ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ ଓଡ଼ଗାଁ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ବଳିତ କରି ମହୋତ୍ସବ ଉଦଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ନ୍ରୁତ୍ୟ ଦର୍ଶକ ଓ ଅଥିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ହେଉଛି ବୋଲି ଅତିଥି ମତପ୍ରକାଶ କରିଥିଲେ।  ଶୀତୁଆ ସଂନ୍ଧ୍ଯା ସାଙ୍ଗକୁ ମହୋତ୍ସବ ର ନ୍ରୁତ୍ୟ, ସଂଗୀତ ଏହାସହ ବିଭିନ୍ନ ରକମର ଷ୍ଟଲ ମଜାରେ ଦର୍ଶକ ଉପଭୋଗ କରିଥିଲେ। 
               
  ଆଜିର ମହୋତ୍ସବ ରେ ବିଶେଷ ଆକର୍ଷଣ ଭାବେ ରଙ୍ଗବତୀ ଗୀତର ସ୍ରଷ୍ଟା ଗାୟକ ଜିତେନ୍ଦ୍ର ହରିପାଲ ଯୋଗଦେଇଥିବା ବେଳେ ମଞ୍ଚ ଅଧିକ ଆକର୍ଷିତ କରିଥିଲେ। ସରସ୍ୱତୀ ଡ୍ୟାନ୍ସ ଗ୍ରୁପ ଓ ରଙ୍ଗ ଫରୁଆ ମେଲୋଡି ଦର୍ଶକଙ୍କୁ ବିମୋହିତ କରିଥିଲା। 
                      ମୁଖ୍ଯ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହୀ, ଜିଲ୍ଲା ପରିଷଦ ସଭ୍ଯ କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ସୁବାସ କହଁର, ସରୋଜ ରଣସିଂ, ଓଡ଼ଗାଁ ଓକିଲ ସଂଘ ସଭାପତି ଇନ୍ଦୁଭୁଷଣ ମିଶ୍ର, ଯୋଗଦେଇଥିଲେ। ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ ଓ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ,ଓଡ଼ଗାଁ
ତା:- ୨୯/୧/୨୩----୧୧,୨୫ Sakhigopal News,29/1/2023

Blog Archive

Popular Posts