Breaking News

ଶ୍ରୀ ଶ୍ରୀ ଭୈରବ ମନ୍ଦିର ର ପ୍ରତିଷ୍ଠା ଉତ୍ସବ

 
ବରଗଡ଼--- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିନଣ୍ଡା ପଞ୍ଚାୟତ ର ଭଏଁରୋପାଲି ଗ୍ରାମବାସୀ ଙ୍କ ତତ୍ବାବଧାନରେ ଗ୍ରାମ ର ଓଁ ଶ୍ରୀ ଶ୍ରୀ ଭୈରବ ମନ୍ଦିର ର ପୁନଃ ନିର୍ମାଣ ଓ ପ୍ରତିଷ୍ଠା  ଉତ୍ସବ ଅନୁଷ୍ଠିତ ହୋଇଛି।  ୨୭ ତାରିଖ ରୁ ଆରମ୍ଭ ହୋଇ ମାଘଶୁକ୍ଳ ନବମୀ ଯୁକ୍ତ ଏକାଦଶୀ ଦିନ ଠାକୁର ମନ୍ଦିର ପ୍ରବେଶ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଭୈଏରୋପାଲି ଗ୍ରାମବାସୀ ସୋର୍ଣ୍ଣା ଗ୍ରାମର ମହାଦେବ ମନ୍ଦିର ନିକଟ ରୁ କଳସ ବୁଡାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରି ଥିଲେ। ସୋର୍ଣ୍ଣା ଗ୍ରାମର ସମସ୍ତ ଗ୍ରାମବାସୀ ଯୋଗ ଦେଇ ସଂପୂର୍ଣ୍ଣ ଭାବେ ରେ ସହଯୋଗ କରିଥିଲେ। ଭୈଏରୋପାଲି ଓଁ ଶ୍ରୀ ଶ୍ରୀ ଭୈରବ ମନ୍ଦିର କଳସ ନୀତି ନିୟମ ଅନୁସାରେ , ସ୍ଥାପନ କରାଯାଇଥିଲା। ଏହି ଅବସରରେ ପଣ୍ଡିତ ପଞ୍ଚାନନ ମହାପାତ୍ର ଓ ସହକର୍ମୀ ମାନେ ପୂଜା କାର୍ଯ୍ୟ ଚାଲିଛି। ଏଥିରେ କର୍ତ୍ତା ଭାବରେ ନୀଲେଶ ମହାପାତ୍ର ଧର୍ମପତ୍ନୀ ସୁସ୍ମିତା ମହାପାତ୍ର, ଖତୁ ବୁଡେକ ପତ୍ନୀ ରଂଗବତୀ ବୁଡେକ, ରାମଚନ୍ଦ୍ର ସେଠ ପତ୍ନୀ ମାଳତୀ ସେଠ ଓ ଅନ୍ୟାନ୍ୟ ଦମ୍ପତ୍ତି କର୍ତ୍ତା ଦାଇତ୍ବ ତୁଲାଉଛନ୍ତି। ପ୍ରତି ଦିନ ସମସ୍ତ ବିଧି ମୁତାବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତିଦିନ ଜନସାଧାରଣ ଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରାଯାଇଛି ।ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରସାଦ ସେବନ କରୁଛନ୍ତି ।ଏହି ଅବସରରେ ଜଳନ୍ଧର ବଧ ଯାତ୍ରା ଆରମ୍ଭ ହୋଇ ଯାଇଛି। ଏଥିରେ ଜଳନ୍ଧର ରୁପେ ଅଭିନୟ କରୁଛନ୍ତି, ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାର ଭୂବନେଶ୍ବର ପ୍ରଧାନ ତାଙ୍କର ସହ କଳାକାର ମାନେ ଅଭିନୟ କରୁଛନ୍ତି। ପ୍ରତି ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତ୍ରା ଦେଖିବାକୁ ଆସୁଛନ୍ତି। ଏହା ସହିତ ମନୋରଞ୍ଜନ ପାଇଁ ମୀନାବଜାର ଖୋଲିଛି। ପୂଜା କମିଟୀ ର ସଭାପତି  କୃଷ୍ଣଚନ୍ଦ୍ର ସେଠ, ସମ୍ପାଦକ ସତ୍ୟନାରାୟଣ ଭୂଏ, ସହ ସମ୍ପାଦକ ଡାକ୍ତର ବିଶ୍ଵାଳ ଓ ଲୋକନାଥ ଷଣ୍ଢ ଏହା ସହିତ ବଜାରୁ ଭୂଏ, ଘନ ଷଣ୍ଢ, ଖଗେଶ୍ବର ପ୍ରଧାନ, କୃପାସିନ୍ଧୁ ଭୁଏ, ଶିବ ପ୍ରସାଦ ଭୁଏ, ଲାଲ ମୋହନ ଭୁଏ ଦୀନବନ୍ଧୁ ଭୁଏ ଓ ଅନ୍ୟାନ୍ୟ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ପରିଚାଳନା ରେ ସହଯୋଗ କରୁଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧/୨୦୨୩-----୮,୧୦ Sakhigopal News,29/1/2023

Blog Archive

Popular Posts