Breaking News

ପସାଣିଆ ଗ୍ରାମର ଶ୍ରୀ ରଘୁନାଥ ଦେବ ଏବଂ ମହାବୀର କ୍ଷେତ୍ର ଙ୍କ ପୀଠରେ କଳସ ଯାତ୍ରା

 
କଟକ- ବରପୁଟ ପଞ୍ଚାୟତ ପସାଣିଆ ଗ୍ରାମରେ ଥିବା ଶ୍ରୀ ରଘୁନାଥ ଦେବ ଏବଂ ମହାବୀର କ୍ଷେତ୍ର ଙ୍କ ପୀଠରେ ଚାର୍ତୁଥ ବାର୍ଷିକ କଳସ ଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ବହୁଳ ପରିମାଣରେ ଜନସମାଗମ ହୋଇଥିଲା । ଭକ୍ତ ମାନେ ବୈଦେଶ୍ୱର୍ ର ପ୍ରସିଦ୍ଧ ଶୈବପୀଠ ରାମନାଥ ଙ୍କ ଠାରୁ ପାଣି ଉଠାଇ କଳସ ଯାତ୍ରା କରିଥିଲେ । ମଠର ବାବା ମହେଶ୍ୱର ଦାସ ଙ୍କ ପ୍ରଚେଷ୍ଟା ଏବଂ ସମସ୍ତ ଗ୍ରାମବାସୀ ମାନଙ୍କ ଉଦ୍ୟମ ରେ ଉକ୍ତ କଳସ ଯାତ୍ରା ଏବଂ ଠାକୁରଙ୍କ ସମସ୍ତ ନୀତି କାନ୍ତି ସୁଚାରୁ ରୂପେ ସଙ୍ଗଠିତ ହୋଇଥିଲା । ସମସ୍ତଙ୍କ ସାହାର୍ଯ୍ୟ ଓ ସହଯୋଗ ଦ୍ବାରା ଭାଗବତ ପ୍ରତିଯୋଗିତା ଏବଂ ସଙ୍କୀର୍ତ୍ତନ ସୁଚାରୁ ରୂପେ ସମ୍ପର୍ନ୍ନ ହୋଇଯାଇ ଅଛି ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୧/୧/୨୦୨୩---୯,୧୦ Sakhigopal News,21//2023

Blog Archive

Popular Posts